![]() |
ନିଜକୁ କଳହମୁକ୍ତ ରଖିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ ଧର୍ମକୁ ଶ୍ରେୟ ମଣିପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |
![]() |
ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ଭାଷା ମଧୁର ହେତୁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ବିବାଦରେ ବିଜୟୀ ହେବେ । |
![]() |
ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ପାଇ କୃତଜ୍ଞ ହେବେ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ରଣକ୍ଷେତ୍ରରେ ସୈନିକଙ୍କର ଆତ୍ମବଳ ପ୍ରକାଶ ପାଇବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ପ୍ରାପ୍ତିର ସୂଚନା ମିଳୁଛି । |
![]() |
ବ୍ୟୟ ବୃଦ୍ଧି ଘଟିପାରେ । ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଏକାନ୍ତବାସ ଆପଣଙ୍କ ପାଇଁ ସୁଖଦାୟକ ହେବ । ମଧୁର କଥା କହି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ସାହସୀ ଓ ଜ୍ଞାନୀ ହେବେ । |
![]() |
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନଲାଭର ସୂଚନା ମିଳୁଛି । କରିତ୍କର୍ମା ହେବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ଓ କୀର୍ତ୍ତିମାନ୍ ହେବେ । |
![]() |
ଭ୍ରମଣ ଲାଭଦାୟକ ହୋଇପାରେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିପାରେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିଯୁକ୍ତ ହେବେ । ଉଦ୍ୟୋଗୀ ହୋଇପାରନ୍ତି । |
![]() |
ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ । ଅଗ୍ନିମାନ୍ଦ୍ୟ ଯୋଗୁଁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ରାଜପୂଜା ମିଳିପାରେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହୋଇପାରେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ସ୍ୱକର୍ମ ପାଇଁ ଗର୍ବିତ ହୋଇପାରନ୍ତି । ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । |
![]() |
ଶତ୍ରୁମାନେ ଭୟଭୀତ କରିବାକୁ ଉଦ୍ୟମ ଜାରି ରଖିବେ । ଶେଷରେ ଶତ୍ରୁଙ୍କୁ ନୈତିକ ବଳରେ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶରୀର ସୁସ୍ଥ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । |
![]() |
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । |