![]() |
ବକୟା ପ୍ରାପ୍ୟ ପାଇ ପାରନ୍ତି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । କୃଷି ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ଅଛି । |
![]() |
ଦେବ, ଗୁରୁ, ଗୁରୁଜନଙ୍କ କଲ୍ୟାଣଭାଜନ ହେବେ । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ କରିପାରନ୍ତି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି । ଅଭିଜ୍ଞ ଶିଳ୍ପୋଦ୍ୟୋଗୀ ହେବେ । ହାସ୍ୟଯୁକ୍ତ, ଯୁବତୀପ୍ରିୟ ହେବେ । କର୍ମଚଞ୍ଚଳ ରହିବେ । ଧନାଗମ ହେବ । ପୁତ୍ର ସୁଖ ମିଳିବ । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହୋଇପାରନ୍ତି । |
![]() |
କଠିନ କାର୍ଯ୍ୟକୁ ସରଳୀକରଣ କରି ସଫଳତା ହାସଲ କରିବେ । ଭଲ ଆୟ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ସରକାରୀ ଲାଭ ମିଳିବ । ନୂଆବନ୍ଧୁ ଜୁଟିବେ । |
![]() |
କେହି ଆପଣଙ୍କୁ ପ୍ରତାରିତ କରିବାକୁ ଚେଷ୍ଟା କରିବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମଧୁରଭାଷୀ ହେବେ । ଅଧସ୍ଥନ ଲୋକଙ୍କୁ ସ୍ନେହପୂର୍ଣ୍ଣ ଭାଷାରେ ବଶ କରିପାରନ୍ତି । |
![]() |
ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିୟୋଜିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
![]() |
ସୁଖ-ସମ୍ମାନ ଲାଭ କରି ପାରନ୍ତି । ଶୁଭଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । |
![]() |
କର୍ମକ୍ଷେତ୍ରକୁ ପ୍ରଗତିଶୀଳ କରିବାକୁ ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
ବହୁ ଧନର ଅଧିକାରୀ ହେବେ । ପୁତ୍ର ସୁଖ ମିଳିପାରେ । ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ସ୍ୱାସ୍ଥ୍ୟବାନ୍ ହେବେ । ସୁଖଭୋଗ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଭୋଗ ଏକତ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । |
![]() |
ଲାଗି ରହିଥିବା ଗୃହ ବିବାଦର ସୁସମାଧାନ ହୋଇପାରେ । ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ମନୋରମା କନ୍ୟାର ପାଣି ଗ୍ରହଣ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟିବ । ଧନାଗମ ହେବାର ସୂଚନା ମିଳୁଛି । |
![]() |
ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । |