![]() |
ବଳବାନ୍ ଶତ୍ରୁକୁ ମକାବିଲା କରିବେ । ବଦଖର୍ଚ୍ଚ ହେବା ଆଶା କରାଯାଏ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । |
![]() |
ନିଜର ଦାବି ଉପସ୍ଥାପିତ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ସୁଖ ମିଳିବ । |
![]() |
ମନରେ ଆନନ୍ଦ ଜାତ ହେବା ଲାଗି ରହିଥିବା ବାଦବିବାଦର ସୁସମାଧାନ ହୋଇପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ସୁଖୀ ହୋଇପାରନ୍ତି । ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ବୁଦ୍ଧିମାନ୍ ହେବେ । |
![]() |
ଉଚ୍ଚଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଧାର୍ମିକ ପ୍ରବୃତ୍ତିର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ସ୍ନେହ ରହିବ । |
![]() |
ଦକ୍ଷତାର ସଦୁପଯୋଗ କରିପାରନ୍ତି । ସୌଭାଗ୍ୟଶାଳୀ ହେବେ । ପରିଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ସ୍ତ୍ରୀ ବିଳାସୀ ହେବେ । ମିତ୍ରସୁଖ ଲାଭ ହୋଇପାରେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଆୟ ଦ୍ୱିଗୁଣିତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲି-ମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁସ୍ଥ ରହିବେ । ନୂଆବନ୍ଧୁ ଜୁଟିପାରନ୍ତି । |
![]() |
କର୍ମ କ୍ଷେତ୍ରରେ ଧନ୍ଦି ହୋଇପାରନ୍ତି । କାର୍ଯ୍ୟରେ ବିରୋଧ ଉପୁଜିପାରେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ହେବେ । ମଧୁରଭାଷୀ ହୋଇପାରନ୍ତି । ରାଜ ଯୋଗ ଅଛି । ଧାର୍ମିକ ପ୍ରବୃତ୍ତିର ହେବେ । |
![]() |
ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସମ୍ମାନିତ ହେବ ଓ ଅର୍ଥପ୍ରାପ୍ତ ହେବେ । |
![]() |
ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ହୋଇପାରନ୍ତି । ଯଶସ୍ୱୀ ହୋଇପାରନ୍ତି । ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ । |
![]() |
ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହତି କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ସାହସୀ ଓ ବିଦ୍ୱାନ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସ୍ୱାଭିମାନୀ ସ୍ୱଭାବର ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କରେ ଚଳିବାକୁ ପଡ଼ିବ । ଯଶସ୍ୱୀ ହେବେ । ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି । ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । |
![]() |
ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ । |