![]() |
ଭାତ୍ରୁଭାବ ଅତୁଟ ରହିବ । ଧନବାନ୍ ହୋଇପାରନ୍ତି । ଧର୍ମୀୟ କାର୍ଯ୍ୟରେ ବହୁମିତ୍ରଙ୍କ ସାନିଧ୍ୟ ମିଳିବ । ବିଦ୍ୟାବାନ୍ ହେବେ । ପ୍ରୀତିଲାଭ କରିପାରନ୍ତି । ନିଃସ୍ୱାର୍ଥପର ହେବେ । ନୀତିନିଷ୍ଠ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । |
![]() |
ଉଚ୍ଚ ପଦାଧିକାରୀ ଆସନ ଅଳଙ୍କୃତ କରିପାରନ୍ତି । ସୁସ୍ଥ ଓ ନିରାଶ୍ରୟ ଜୀବନଯାପନ କରିବେ । ସନ୍ମାର୍ଗୀ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । ସଦାସର୍ବଦା ହର୍ଷଯୁକ୍ତ ହେବେ । ମିଷ୍ଟାନ୍ନ ଭୋଜନରେ ଆପାୟିତ ହେବେ । ଦାମ୍ପତ୍ୟ ସୁଖ ମିଳିବ । |
![]() |
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ । ଆପଣାର ଲୋକେ କରଛଡ଼ା ଦେଇପାରନ୍ତି । ଚତୁର ହେବେ । ଆଖିରେ ଯନ୍ତ୍ରଣା ଉପୁଜିପାରେ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି । |
![]() |
ଜନସାଧାରଣଙ୍କ ପୂଜ୍ୟ ହେବେ । ବୀର ଦର୍ପରେ ଶତ୍ରୁ ଦମନ କରି ବିଜୟବାନା ଉଡ଼ାଇ ପାରନ୍ତି । ବ୍ରହ୍ମକଲ୍ୟାଣ ଲାଭ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସରକାରୀ ଅର୍ଥ ମିଳିବ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । |
![]() |
ଜୀବେ ଦୟାଧର୍ମରେ ଦୀକ୍ଷିତ ହେବେ । ହୃଦୟବାନ୍ ହୋଇପାରନ୍ତି । ପରନାରୀକୁ ମାତୃବତ୍ ଜ୍ଞାନ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବ୍ରାହ୍ମଣ ଓ ଦେବତାଙ୍କ ପ୍ରତି ଅନୁରକ୍ତି ରହିବ । ବ୍ୟବସାୟ ଲାଭଜନକ ହେବ । |
![]() |
ବିଶାଳ କୀର୍ତ୍ତି ସ୍ଥାପନ କରିବେ । ପୁଣ୍ୟ ଅର୍ଜନ କରିପାରନ୍ତି । ସ୍ୱାଭିମାନୀ ହେବେ । ପତ୍ନୀଙ୍କ ଅଭିଷ୍ଟ ପୂରଣ କରିବାରେ ସକ୍ଷମ ହେବେ । ବହୁମିତ୍ରଙ୍କ ସାନିଧ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଧନବାନ୍ ହେବେ । ମହିଳା ଗୋଷ୍ଠୀର ନେତୃତ୍ୱ ନେବେ । |
![]() |
ସରକାରୀ କୋପ ଦୃଷ୍ଟି ପ୍ରତି ସତର୍କ ରହି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୌର ଭୟ ଅଛି । କିଛି ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ଓ ସହଯୋଗ ପାଇବେ । ସୁପୁତ୍ର ପ୍ରାପ୍ତିର ସୂଚନା ମିଳୁଛି । |
![]() |
ବହୁ ବିଶେଷ ପୁଣ୍ୟର ଅଧିକାରୀ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ । ସୁଶୀଳ ବ୍ୟକ୍ତି ଭାବେ ଆଦରଣୀୟ ହେବେ । ପ୍ରାୟ ପ୍ରତ୍ୟକ କ୍ଷେତ୍ରରେ ବିନୟଭାବ ପ୍ରକାଶ କରି ସମ୍ମାନିତ ହେବେ । |
![]() |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଶତ୍ରୁଦମନ କରି ମାନସିକ ଶାନ୍ତି ଫେରି ପାଇବେ । କ୍ଷମତାଶାଳୀ ହେବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି । |
![]() |
ପ୍ରିୟଜନଙ୍କ ଦର୍ଶନ ମିଳିବ । ଦାନ-ଧର୍ମ ଦୀକ୍ଷିତ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । ପାପ ପରାଙ୍କ୍ଷ ହୋଇପାରନ୍ତି । ଶତ୍ରୁ ବିଜୟୀ ହେବେ । ବ୍ରହ୍ମ ଉପାସକ ହେବେ । ଜ୍ଞାନଗରିମାଯୁକ୍ତ ହେବେ । ସୁସ୍ଥ ରହିବେ । |
![]() |
ପ୍ରଭୃତ୍ୱ ବିସ୍ତାର କରିପାରନ୍ତି । ଜଣେ ମହାନ୍ ପୌରୁଷର ଅଧିକାରୀ ହେବେ । କୁଳ ପ୍ରଧାନ ହୋଇପାରନ୍ତି । ପିତୃମାତୃ ଭକ୍ତିଯୁକ୍ତ ହେବେ । ଶ୍ରେଷ୍ଠ ପଦପଦବୀର ଅଧିକାରୀ ହେବେ । ଆପଣଙ୍କ ପରାମର୍ଶ ପରିସ୍ଥିତିରେ ଉପାଦେୟ ହେବ । |
![]() |
ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ବିଚାରରେ ନିର୍ଦେଶିତ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି । ଭଗବତ୍ପ୍ରେମୀ ହେବେ । ଠାକୁରଙ୍କ ଦର୍ଶନ ଲାଭକରି ନିଶ୍ଚିନ୍ତ ହେବେ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଅର୍ଥ ମିଳିପାରେ । |