![]() |
କର୍ମ ସଂସ୍ଥାନରେ ସ୍ଥାନାନ୍ତରିତ ହୋଇପାରନ୍ତି । ମନରେ ଗର୍ବଭାବ ବହନ କରିବେ । ଆୟ ବୃଦ୍ଧି ହୋଇପାରେ । କଳହ ଯୋଗ ଅଛି । ପ୍ରଭାବଶାଳୀ ହେବେ । ନାନା ବିଭବରେ ମଣ୍ଡିତ ହେବେ । ବହୁ ହିତ ସାଧନ ହୋଇପାରେ । |
![]() |
ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ସତ୍ୟବାଦୀ ହେବେ । ପିତୃ ଭକ୍ତିଯୁକ୍ତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । |
![]() |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହୋଇପାରେ । କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦିୟ , ବିଦ୍ୱାନ ଓ ଦୟାଳୁ ହେବେ । |
![]() |
ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଶ୍ରମ ସଫଳ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସକଳ ଗୁଣଯୁକ୍ତ ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଉତ୍ତମ ମିତ୍ରଯୁକ୍ତ ହେବେ । ପୁତ୍ର ଲାଭର ସୂଚନା ମିଳୁଛି । ଧନ, ବାହନଯୁକ୍ତ ହେବେ । |
![]() |
ଖର୍ଚ୍ଚ ବଢ଼ିବାରୁ ବ୍ୟସ୍ତ ହୋଇପାରନ୍ତି । ପ୍ରାୟ ସବୁବେଳେ ନିରବ ରହିବେ । ସର୍ବ ସୁଖ ମିଳିପାରେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ସମ୍ମାନିତ ହେବେ । ତ୍ୟାଗଶୀଳ ହେବେ । ନୀତିଜ୍ଞ ହେବା ଆଶା କରାଯାଏ । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହେବେ । |
![]() |
ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିବେ । |
![]() |
ନିଜର କାର୍ଯ୍ୟ ଆନନ୍ଦଦାୟକ ହେବ । ମନରେ ଅସ୍ଥିରତା ଦେଖା ଦେଇପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି । ସୌଭାଗ୍ୟ ବୃଦ୍ଧି ହୋଇପାରେ । ଖର୍ଚ୍ଚର ପରମାଣ ବୃଦ୍ଧି ପାଇବ । |
![]() |
କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ମନ ପ୍ରସନ୍ନ ରହିବ। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଖୁସି ହେବେ । ମନ ଫୂର୍ତ୍ତି ରହିବ। ପ୍ରତିଶ୍ରୁତି ପାଳନ କରିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ସରକାରୀ କୃପା ଲାଭ କରିବେ । ରାଜକୋଷ ଅର୍ଥପ୍ରାପ୍ତ ହେବେ । |
![]() |
ବନ୍ଧୁମେଳରେ ସମୟ ଅତିବାହିତ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଆଶା ପୂରଣ ହେବ । ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି । ସରକାରୀ ଅର୍ଥ ପାଇ ଖୁସି ହୋଇପାରନ୍ତି । ଉତ୍ତମ ଗୃହରେ ବସତି ସ୍ଥାପନ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ. ବହୁବିଧ ଧନ ଉତ୍ତମ ଗୁଣଜ୍ଞ ହେବେ । |
![]() |
ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ବହୁ ଶୁଭଫଳ ପାଇବେ । ସର୍ବାଙ୍ଗୀଣ ଉନ୍ନତି ହେବ । ସୌଭାଗ୍ୟ ବୃଦ୍ଧିହେବା ସହିତ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । |
![]() |
ମନ ଚଞ୍ଚଳ ରହିବ । ଧନକ୍ଷୟ ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଆର୍ଥିକ ସ୍ଥିତି ଦୃଢ଼ ରହିବ । ଆଶା କରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଠିକ୍ ନିଷ୍ପତ୍ତି ନେଇ ପାରନ୍ତି । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
କାର୍ଯ୍ୟରେ ସଫଳତା ପାଇ ପ୍ରଶଂସିତ ହୋଇପାରନ୍ତି । ଅସୁସ୍ଥତାର ଉପଶମ ହେବ । ଆନନ୍ଦ ଉଲ୍ଲାସରେ ମନ ଭରି ଉଠିବ । ଜଣେ ସୁବକ୍ତା ଭାବେ ଜନ-ମନ-ରଞ୍ଜନ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହେବେ । ଅବିବାହିତ ମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । |