![]() |
ଜଞ୍ଜାଳ ଘେରରେ ପଡ଼ି ପାରନ୍ତି । ପରିଶ୍ରମୀ ହେବେ । ଉଚ୍ଚ ପ୍ରଶଂସା ଲାଭ କରିବେ । ନିଜର କର୍ତ୍ତବ୍ୟ ସଂପାଦନ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି । ସକଳ ଗୁଣଯୁକ୍ତ, ସୁଖୀ କାବ୍ୟ ଶାସ୍ତ୍ରାନୁରକ୍ତ ହେବା ଆଶାକରାଯାଏ । |
![]() |
ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଦିନଟି ସମସ୍ୟା ବହୁଳ ହେଲେ ବି ନିର୍ଭୟରେ କାର୍ଯ୍ୟ କରି ସବୁ ସମସ୍ୟାର ସମାଧାନ କରିପାରନ୍ତି । ପ୍ରିୟଭାଷୀ, ଧନ-ଯାନ-ବାହନଯୁକ୍ତ ଓ ସୁବର୍ଣ୍ଣ ସମ୍ପଦଯୁକ୍ତ ହେବାର ସୂଚନା ମିଳୁଛି । |
![]() |
ଗୃହରେ ଶୁଭକାର୍ଯ୍ୟ ଏପରିକି ମାଙ୍ଗଲ୍ୟ କାର୍ଯ୍ୟ ସମ୍ପାଦନ କରିବେ । ଆୟ ଆଶାନୁରୂପ ହେବ । ଗୁଣବାନ୍ ହେବେ । ସରକାରୀ କିମ୍ବା ବନ୍ଧୁସହାୟତା ପାଇ ଲାଭବାନ୍ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଭାଗ୍ୟୋନ୍ନତି ଆଶା କରାଯାଏ । ସ୍ନେହପୂର୍ଣ୍ଣ ବାକ୍ୟରେ ପରକୁ ଆପଣାର କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । |
![]() |
ନାନାବିଧ ସମ୍ମାନ ମିଳିବ । କୀର୍ତ୍ତିମାନ୍ ହେବେ । ସହଯୋଗ ମିଳିବ । ରାଜକୃପା ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । କରିତ୍କର୍ମା ହେବେ । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । |
![]() |
ଅଯଥାରେ ହନ୍ତ-ସନ୍ତ ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସମାନ୍ୟ ପୀଡ଼ା ଅନୁଭବ କରିବେ । ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ଓ ଧନଶାଳୀ ହେବେ । ବିଭାଗୀୟ ଅର୍ଥ ମିଳିବ । |
![]() |
ପାରିବାରିକ ଜଞ୍ଜାଳ ବଢ଼ିବ । ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଧନ ଲାଭର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଶୀଳା ଓ ଗୁଣବତୀ ପତ୍ନୀ ଉପଦେଷ୍ଟା ହେବେ । ସୁଖ ମିଳିବ । |
![]() |
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଅର୍ଥ ହାନି ଘଟିପାରେ । ସ୍ୱାଭିମାନୀ ହେବେ । ଭାଗ ବ୍ୟବସାୟରୁ ସାମାନ୍ୟ ଲାଭ ହେବ । |
![]() |
ବନ୍ଧୁସହଯୋଗ ପାଇ ଖୁସି ହୋଇପାରନ୍ତି । ସନ୍ମାର୍ଗୀ ହୋଇପାରନ୍ତି । ଆତ୍ମବଡ଼ିମା ନ ଦେଖାଇ କାର୍ଯ୍ୟ କ୍ଷେତ୍ରରେ ମନୋନିବେଶ କରିପାରନ୍ତି । ପତ୍ନୀଙ୍କ ସହାୟତା ଲାଭପ୍ରଦ ହେବ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ । |
![]() |
ଆଶାପୂରଣ ହେବ । କାର୍ଯ୍ୟରେ ନିରୁତ୍ସାହିତ ହୋଇପାରନ୍ତି । ପ୍ରୀତି ଲାଭ କରିବେ । ପତ୍ନୀ ସହ ଗାମିନୀ ହୋଇପାରନ୍ତି । ଗୁରୁକୃପା ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶତ୍ରୁ ବିଜୟୀ ହେବେ । ଧୈର୍ଯ୍ୟବାନ୍ ହେବେ । |
![]() |
କାର୍ଯ୍ୟ କ୍ଷେତ୍ରରେ ଚଳ-ଚଞ୍ଚଳ ରହିବେ । ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇପାରେ । କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜି ପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିବାଦରେ ବିଜୟୀ ହେବେ । |
![]() |
ନିଜ ଜିଦ୍ରେ ଅଟଳ ରହିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ପ୍ରୀତି ଭୋଜନ ମିଳିବ । କାର୍ଯ୍ୟରେ ଉତ୍ସାହ ବୋଧ ରହିବ । କୃଷିକ୍ଷେତକୁ ତ୍ୱରାନ୍ୱିତ କରିବାକୁ ଲାଗି ପଡ଼ିବେ । ଶରୀର ସୁସ୍ଥ ରହିବ । କାର୍ଯ୍ୟରେ ପ୍ରଶଂସା ମିଳିବ । |