![]() |
ନୀତିନିଷ୍ଠ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ପ୍ରଭାବଶାଳୀ ହେବେ । ଜନ ବଲ୍ଲଭ ହୋଇପାରନ୍ତି । ଶ୍ରଦ୍ଧାନ୍ୱିତ ହେବେ । ସୁଖ ସମ୍ଭୋଗ କରିପାରନ୍ତି । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଅଧିକ ବ୍ୟୟ ହୋଇପାରେ । |
![]() |
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ଅଛି । ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । |
![]() |
ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମଚଞ୍ଚଳ ରହିବେ । ଗୃହ ପରିବେଶ ସ୍ୱାସ୍ଥ୍ୟୋପଯୋଗୀ ହେବ । |
![]() |
ସତ୍ କର୍ମର ଫଳପ୍ରାପ୍ତ ହେବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ସ୍ୱଳ୍ପ, ଆୟର ସମ୍ଭାବନା ଅଛି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । ଶୁଭକର୍ମରେ ବ୍ୟୟାଧିକ ହୋଇପାରେ । |
![]() |
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । |
![]() |
ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ । ସୁ ସମ୍ୱାଦ ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସତକର୍ମରେ ନିୟୋଜିତ ହେବେ । ଋଣ ପରିଶୋଧ କରିବେ । |
![]() |
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଧ୍ୟାପନାର ପ୍ରସ୍ତୁତି ପାଇଁ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଖୁସି ହେବେ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଜନ ସାଧାରଣଙ୍କ କଲ୍ୟାଣ ଭାଜନ ହେବେ । ଅନ୍ୟାୟର ପ୍ରତିବାଦ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବେ । ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିବ । |
![]() |
ଅର୍ଥ ସମସ୍ୟାର ସମାଧାନ ହୋଇପାରେ । ଶ୍ରମ ସାର୍ଥକ ହେବ । ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇପାରେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । |
![]() |
ଆଶାବାଦୀ ହେବେ । ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଧନବାନ୍ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ପରୋପକାରୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
ଦିନଟି ଆପଣଙ୍କ ପାଇଁ ଶାନ୍ତିଦାୟକ ହେବ । ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ । |