![]() |
ପାରିବାରିକ ଅଶାନ୍ତି ଦେଖା ଦେଇପାରେ । କାର୍ଯ୍ୟରେ ସଫଳତା ମିଳିବା କଷ୍ଟ ସାଧ୍ୟ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ବିଳାସ ବ୍ୟସନ କରିପାରନ୍ତି । ନିର୍ଭରଶୀଳ ନ ହୋଇ ସ୍ୱଇଚ୍ଛାରେ କାର୍ଯ୍ୟ କରିବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଆମୋଦପ୍ରମୋଦରେ ସମୟ ଅତିବାହିତ ହେବ । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ଲୋକ ସଂପର୍କରେ ବୃଦ୍ଧି ଘଟିବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥ ମିଳିବ । |
![]() |
ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁଖ-ସମ୍ଭୋଗ କରିପାରନ୍ତି । ନୂତନ ଓ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ପ୍ରୀତି ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ । |
![]() |
ଉପୁଜିଥିବା ସମସ୍ୟାର ସୁ-ସମାଧାନ ହେବ । ଭ୍ରମଣ ଯୋଗ ରହିଛି । ଗୁଣବାନ୍ ହେବେ । ଶତ୍ରୁ ବିଜୟୀ ହୋଇପାରନ୍ତି । ସୁଖଭୋଗ କରିବେ । ବନ୍ଧୁସ୍ନେହ ଅତୁଟ ରହିବ । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ନୀତିନିଷ୍ଠ ଭାବେ ସମ୍ମାନିତ ହେବେ । |
![]() |
ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ମନରେ କ୍ଷୋଭବୃଦ୍ଧି ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମାନସିକ ଅଶାନ୍ତି ଦୂର ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । |
![]() |
ଶତ୍ରୁ ଚିନ୍ତା ଲାଗି ରହିବ । ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ସହଯୋଗ ପ୍ରାପ୍ତି ହୋଇପାରନ୍ତି । |
![]() |
ଚାଲୁ ରହିଥିବା ଯୋଜନା କାର୍ଯ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ଦରକାର ପଡ଼ିଲେ ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ମାନ-ସମ୍ମାନ ବୃଦ୍ଧି ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । |
![]() |
ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ଲେଖାପଢ଼ାରେ ଧୁରନ୍ଧର ହେବେ । ଶାସ୍ତ୍ରପଟୁ ହୋଇପାରନ୍ତି । ରାଜବଂଶ ପୂଜିତ ହେବେ । ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ସୁବର୍ଣ୍ଣାଦି ଯୁକ୍ତ ହେବେ । ପରୋପକାରୀ ହେବେ । |
![]() |
ମନୋବଳ ଦୃଢ଼ ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନ-ବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ସୁସ୍ଥ ଓ ନିରାମୟ ରହିବେ । |
![]() |
ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଉପୁଜିଥିବା ସମସ୍ୟା ଦୂର ହେବାର ସୂଚନା ମିଳୁଛି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । |
![]() |
ଧୈର୍ଯ୍ୟବାନ୍ ଓ ସାହସୀ ହୋଇପାରନ୍ତି । ସ୍ୱାଧୀନ ଭାବେ ବିଭିନ୍ନ ଦିଗରୁ ଧନାଗମ ହେବ । ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ । |
![]() |
ସୁ-ସମ୍ୱାଦ ପାଇ ଖୁସି ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ । |