![]() |
ଏକ ନୂତନ ଉନ୍ନତିମୂଳକ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିବେ । ପ୍ରତିରୋଧ ସତ୍ତ୍ୱେ ଆଗକୁ ମାଡ଼ି ଚାଲିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେବେ । ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ବୁଦ୍ଧିମାନ୍ ହେବେ । । |
![]() |
ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଭାଷାବିତ୍ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ । ବନ୍ଧୁପ୍ରେମୀ ଓ ଧାର୍ମିକ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
ପୈତୃକ ସମ୍ପତ୍ତିରୁ ଲାଭବାନ୍ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସ୍ତ୍ରୀ ବିଳାସୀ ଓ ମିତ୍ର ସୁଖ ଲାଭ କରିବେ । |
![]() |
ଅନ୍ୟ ପାଇଁ କଷ୍ଟ ସହି କାର୍ଯ୍ୟ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । |
![]() |
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଥଣ୍ଡା ଜନିତ ସାମାନ୍ୟ କ୍ଳେଶଭୋଗ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମିଷ୍ଟଭାଷୀ ଭାବେ ଜନ ସମାଜଙ୍କର ଆଦରଣୀୟ ହେବେ । ରାଜଯୋଗ ଭୋଗ କରିପାରନ୍ତି । |
![]() |
ଆୟ ଆଶାନୁରୂପ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଜ୍ୟୋତିଷ ବିଦ୍ୟାରେ ରୁଚି ରହିବ । |
![]() |
ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ । ସାଧନାରେ ସିଦ୍ଧିଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ଯଶ ଅର୍ଜନରେ ଆତ୍ମତୃପ୍ତି ମିଳିବ । |
![]() |
ଗୃହ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି । ଦୁଃଖକର ଖବର ମିଳିପାରେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
![]() |
ପରର ଉପକାର କରିବାକୁ ଯାଇ ଧୋକା ଖାଇପାରନ୍ତି । ଆଦର, ସମ୍ମାନ ମିଳିପାରେ ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ । |
![]() |
ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟୀ ହୋଇପାରନ୍ତି । |
![]() |
ପରର ଉପକାର କରିବାକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ସାଜିପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଜୁଆ ଅଥବା ଲଟେରିରୁ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ସୁଖ ମିଳିବ । |