![]() |
ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ଦୁଶ୍ଚିନ୍ତା ଦୂର ହେବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ଅନ୍ୟକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି । କଳହଠାରୁ ଦୂରେଇ ରହିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି ଉପରେ ଧ୍ୟାନ ଦେବେ । ବୁଦ୍ଧିମାନ୍ ହେବେ । |
![]() |
ଲୋକ ସଂପର୍କ ବୃଦ୍ଧି ହୋଇପାରେ । ଦୃଢ଼ ମନୋବଳ ନେଇ କାର୍ଯ୍ୟରେ ଆଗେଇବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି । |
![]() |
ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଏକ ପତ୍ନୀ ବ୍ରତ ଆଚରଣ କରିବେ । ମିତ୍ର ସୁଖ ଲାଭ କରିବେ । ଧନାଗମ ହେବ । |
![]() |
ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଅଦାଲତି ମାମଲାରେ ବିଜୟୀ ହେବେ । ମିଷ୍ଟାନ୍ନ ଭୋଜନରେ ଅପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟିବେ । ଚକ୍ଷୁପୀଡ଼ା ଭୋଗ କରିପାରନ୍ତି । |
![]() |
ଭ୍ରାତୃ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାରନ୍ତି । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । ସାହସୀ ହେବେ । ଜ୍ଞାନ ଗରିମା ବୃଦ୍ଧି ହୋଇପାରେ । |
![]() |
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । |
![]() |
କର୍ମ ସଂସ୍ଥାନରେ ଯୋଗ ଦେଇ ଖୁସି ହୋଇପାରନ୍ତି । ଆତ୍ମସନ୍ତୋଷ ଲାଭ କରିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । |
![]() |
କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସତ୍କାର୍ଯ୍ୟରେ ବ୍ୟୟ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସାହସୀ ଓ ବିଦ୍ୱାନ୍ହେବେ । |
![]() |
ଭାଇ-ଭାଇମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିପାରେ । ସୁଖ ମିଳିବ । କଷ୍ଟସାଧ୍ୟ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ । |
![]() |
କର୍ମକ୍ଷେତ୍ରରେ ସର୍ବଦା ପ୍ରସନ୍ନ ରହିବେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । |
![]() |
ଅଧିକ ଦାୟିତ୍ୱ ବହନ କରିବେ । ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରଦ୍ଧାଭାବ ରହିବ । ସୁସ୍ଥ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । |