![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ବ୍ୟକ୍ତି ବିଶେଷ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଦିମାନ ହେବେ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । |
![]() |
ଲୋଭଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ । ଏକ ପତ୍ନୀ ବ୍ରତ ଆଚରଣ କରିବେ । ବ୍ୟବସାୟରୁ ଅଧିକ ଧନଲାଭ ହେବାର ସୂଚନା ମିଳୁଛି । |
![]() |
ଶ୍ରୀଚନ୍ଦ୍ର ଭୋଗହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ରଣାଙ୍ଗନରେ ବୀରତ୍ୱର ପରିପ୍ରକାଶ ଘଟାଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । |
![]() |
କାର୍ଯ୍ୟ କରି ଚାଲିବେ; ମାତ୍ର ତାହା କଷ୍ଟ ସାଧ୍ୟ ହେବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସରଳ, ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ଦୁଃସାହସୀ ଭାବେ ଅସାଧ୍ୟ ସାଧନ କରିପାରନ୍ତି । ଜ୍ଞାନ-ଗରିମା ବୃଦ୍ଧି ହେବ । |
![]() |
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜ୍ୟୋତିଷ ବିଦ୍ୟାକୁ ପ୍ରାଧାନ୍ୟ ଦେବେ । |
![]() |
ପରିଶ୍ରମ ଅଧିକ ହେଲେ ବି, ତା’ର ମୂଲ୍ୟ ମିଳିବ । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । |
![]() |
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ସମୟ ବିତାଇପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଶାନ୍ତି ମିଳିବ । |
![]() |
ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବାକୁ ପଡ଼ିବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ । ଜଳଯାତ୍ରା ନ କରିବା ବୁଦ୍ଦିମାନର କାର୍ଯ୍ୟ ହେବ । ପରଧନରେ ଧନୀ ହୋଇପାରନ୍ତି । |
![]() |
ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ନିଷ୍ଠାପର ହେବେ । ନିଜ ଉଦ୍ୟମରେ ଚାଲୁ ରଖିଥିବା କାର୍ଯ୍ୟ ପାଇଁ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ । |
![]() |
କାର୍ଯ୍ୟରେ ସହଯୋଗ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ମାନସିକ ଶାନ୍ତି ଫେରିପାଇବେ । ଚାକିରି କ୍ଷେତ୍ରରେ ଉଚ୍ଚକତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । |