![]() |
ଶ୍ରମର ମୂଲ୍ୟାଙ୍କନ ହୋଇପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହେବ । ପ୍ରବଳ ପ୍ରତାପୀ ହେବେ । ଦୃଢ଼ ପୌରୁଷର ଅଧିକାରୀ ହେବେ । ଦ୍ୱିଜାନୁରକ୍ତ ହୋଇପାରନ୍ତି । |
![]() |
ଭ୍ରମଣ ଶୁଭପ୍ରଦ ହେବ । ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି । ସନ୍ମାର୍ଗୀ ହେବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ଗୋ-ଦାନ ପୂର୍ବକ ପୂଣ୍ୟ ଅର୍ଜନ କରିପାରନ୍ତି । |
![]() |
ଭ୍ରମଣ ବ୍ୟର୍ଥ ହୋଇପାରେ । ସରକାରଙ୍କ କୃପାରୁ ବଞ୍ଚିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଚୋର ଭୟ ଅଛି । ଚିତ୍ତ ଅସ୍ଥିର ରହିବ । ପରାମର୍ଶଦାତା ହେବେ । ସକଳ ଶାସ୍ତ୍ର ବିଶାରଦ ହେବେ । |
![]() |
ମିତ୍ରଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ସମ୍ମାନ ମିଳିପାରେ । ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ଲାଭର ସୂଚନା ମିଳୁଛି । ସର୍ବତ୍ର ସୁଖ, ବିଜୟ ଓ ମାନସିକ ଅଶାନ୍ତି ଦୂର ହୋଇପାରେ । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି । ଦାନଶୀଳ ହେବେ । ଉପଭୋକ୍ତା ହୋଇପାରନ୍ତି । ଗୁଣବାନ୍ ହେବେ । ଧନୀ ଓ ମାନୀ ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । |
![]() |
କନ୍ୟା ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହୋଇପାରନ୍ତି । ସତ୍ମାର୍ଗରେ ଜୀବନଶୈଳୀ ପ୍ରବାହିତ ହେବ । ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ । ଧର୍ମ ଧ୍ୱଜାଧାରୀ ହୋଇପାରନ୍ତି । |
![]() |
ଉତ୍ତମ ମିତ୍ରମାନଙ୍କଠାରୁ ସହାୟତା ମିଳିବ । ପୁତ୍ର ସୁଖ ମିଳିପାରେ । ମନ୍ତ୍ରଶାସ୍ତ୍ର ଆୟତ୍ତ କରି ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନଲାଭ ସହିତ ଯାନ-ବାହନ ସୁଖ ମିଳିବ । ବାକ୍ୟପଟୁ ହେବେ । |
![]() |
ସାଧୁସେବା ନିରତ ହୋଇପାରନ୍ତି । ପ୍ରମାଦହୀନ ହେବେ । ନିରୀହ ସ୍ୱଭାବର ହେବେ । ବହୁମିତ୍ରଙ୍କ ସହାୟତା ମିଳିବ । ପରଧନରେ ଧନୀ ହୋଇପାରନ୍ତି । ଧନଶାଳୀ ହେବେ । ବହୁଭାଷୀ ହେବେ । |
![]() |
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟ ସୁଖ ଓ କର୍ମଚଞ୍ଚଳ ରହିବେ । ରାଜପୂଜ୍ୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । |
![]() |
ଯେ କୌଣସି ସୂତ୍ରରୁ ଧନ ଆହରଣ କରିପାରନ୍ତି । ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ମଣି-ମୁକ୍ତାର ଅଧିକାରୀ ହେବେ । ମାତ୍ର ବୃଦ୍ଧ ହୋଇଥିଲେ ଧନହୀନ ହେବେ । |
![]() |
ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ଶ୍ରେଷ୍ଠ ବଂଶୋଦ୍ଭବ ଭାବେ ନିଜର କାର୍ଯ୍ୟଶୈଳୀକୁ ଆଦର୍ଶବାଦୀ କରାଇପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । |
![]() |
ଶ୍ରମ ସାର୍ଥକ ହେବ । ନାନା ସୁଖର ଅଧିକାରୀ ହେବେ । ବିଶାଳ ଯଶ ଅର୍ଜନ କରିପାରନ୍ତି । ଦାନଧର୍ମକୁ ଶ୍ରେୟ ମଣିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ବିଭିନ୍ନ ସୂତ୍ରରୁ ଧନାଗମ ହେବ । |