![]() |
ନିଜର ତ୍ରୁଟି ବୁଝି ପାରିବେ । ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । |
![]() |
ଅଶାନ୍ତି ବାତାବରଣ ସୃଷ୍ଟି ହୋଇପାରେ । ଆତ୍ମସଂଯମୀ ହୋଇପାରନ୍ତି । କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି । ପାରିବାରିକ ସୁଖ ଫେରାଇ ଆଣି ପାରନ୍ତି । ଜଣେ ଉତ୍ତମ ପରାମର୍ଶଦାତା ହେବେ । |
![]() |
ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି । ସୁଖ, ସନ୍ତୋଷ ଲାଭ କରିବେ । ପ୍ରଚୁର ଅର୍ଥ ପ୍ରାପ୍ତି ସୁଯୋଗ ସୃଷ୍ଟି ହୋଇଛି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । କର୍ମକ୍ଷତ୍ରରେ ଢ଼େର ଉନ୍ନତି ହେବ । |
![]() |
ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କର୍ତ୍ତବ୍ୟନିଷ୍ଠ ହେବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଆସନ୍ନ ପ୍ରସବା ଥିଲେ ପୁତ୍ର ଲାଭ ହୋଇପାରେ । ଯାନ-ବାହନ ସୁଖ ମିଳିବ । |
![]() |
ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଦିନସାରା ଆନନ୍ଦ-ଉଲ୍ଲାସ ଲାଗି ରହିବ । ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । |
![]() |
ଆୟ ପାଇଁ ନୂତନ ପନ୍ଥା ଯୋଗାଡ଼ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ସତ୍କର୍ମରେ ବ୍ୟୟ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସତ୍ୟାନୁରକ୍ତ ହେବେ । ଶତ୍ରୁବିଜୟୀ ହେବେ । |
![]() |
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟୟ ବୃଦ୍ଧି ଘଟି ପାରେ । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ସୁବର୍ଣ୍ଣାଦିଯୁକ୍ତ ହେବାର ସୁଯୋଗ ଅଛି । ରାଜବଂଶ ପୂଜିତ ହେବେ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ । |
![]() |
ସହକର୍ମୀମାନଙ୍କ ସହାୟତା ମିଳିବ । ଆଶ୍ୱସ୍ତ ହେବେ । ସରକାରଙ୍କ ତରଫରୁ ସମ୍ମାନ ମିଳିବ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । |
![]() |
ସମ୍ମାନିତ ହେବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଳାସବ୍ୟସନରେ ବୁଡ଼ି ରହିବେ । କର୍ମତତ୍ପରତା ପ୍ରକାଶ ପାଇବ । ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ । |
![]() |
ଅତିଥି ବନ୍ଧୁ ସତତ୍କାରରେ ମନ ଦେବେ । ସେବା ପରାୟଣ ହେବେ । ପୂଜ୍ୟପୂଜାକୁ ଗ୍ରହଣ କରିପାରନ୍ତି । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ମନୋରଞ୍ଜନ ଧର୍ମୀ ହେବେ । |
![]() |
ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ସେବା ପୂଜାରେ ମନୋନିବେଶ କରିବେ । ଅଯଥା ସମାଲୋଚନାର ଶରବ୍ୟ ହୋଇପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ହେବେ । |