![]() |
ପରିଶ୍ରମ ଯେତେ କଠିନ ହେଲେ ବି ତା’ର ଉପଯୁକ୍ତ ଫଳ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ । କାର୍ଯ୍ୟରେ ସଫଳ ହେବା କଷ୍ଟକର । |
![]() |
ଆର୍ଥିକ ସ୍ଥିତରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଭଗବତ ପ୍ରେମୀ ହେବେ । ଦେବ ଦର୍ଶନ ଓ ପୂଜନର ସୁଯୋଗ ଅଛି । ଅଶାନ୍ତିରୁ ଶାନ୍ତ ବାତାବରଣ ଅଭିମୁଖେ ଗତି କରିବେ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । |
![]() |
ଆକସ୍ମିକ ସମସ୍ୟା ଉପୁଜିଲେ ବି ତାହାର ସୁ ସମାଧାନ କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଉପୁଜି ପାରେ । ପରୋପକାରୀ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ସ୍ଖଳିତ ବାକ୍ୟ ବ୍ୟବହାର କରି ସମାଲୋଚିତ ହେବେ । |
![]() |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ସୁଦୂରପ୍ରସାରୀ ହେବ । |
![]() |
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ବନ୍ଧୁ ବିରୋଧୀ ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ମଧୁର ବାକ୍ୟରେ ଜନମନ କରିପାରନ୍ତି । |
![]() |
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସୁସମ୍ୱାଦ ଶୁଣି ଖୁସି ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କରିତ୍କର୍ମା ହେବେ । |
![]() |
ଶୁଭ ସମାଚାର ମିଳିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିର କ୍ରମବର୍ଦ୍ଧନ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ପ୍ରତିଯୋଗିତାରେ ବିଜୟ ହାସଲ କରିବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । କୌଶଳ କ୍ରମେ କ୍ଷମତାର ଅଭିବୃଦ୍ଧି ଘଟାଇ ତାହାର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ କ୍ଷେତ୍ରରେ ଉପସ୍ଥିତ ରହି ଧର୍ମମାର୍ଗରେ ମନନିବେଶ କରିବେ । |
![]() |
ସାହସୀ ହେବେ । କୁଶଳତା ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । କାର୍ଯ୍ୟରେ ବିଘ୍ନ ଘଟାଇବାକୁ ଅନ୍ୟ କେହି ଉଦ୍ୟମ ଚଳାଇପାରନ୍ତି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
![]() |
ସୁଖକର ବହୁ ଘଟଣା ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । |
![]() |
ସହକର୍ମୀମାନଙ୍କ ପୂର୍ଣ୍ଣ ସହଯୋଗରୁ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି । |
![]() |
ପୂର୍ବ ପ୍ରସ୍ତୁତି ସ୍ୱରୂପ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରୁ ପ୍ରଚୁର ଧନ ମିଳିବ । |