![]() |
କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ପାରିବାରିକ ସ୍ନେହ ରହିବ। |
![]() |
ଦକ୍ଷତାର ଉପଯୋଗ କରିପାରନ୍ତି। ଯଦିଓ ଆଳସ୍ୟ ପରାୟଣ ହେବେ; ତଥାପି ହସ-ଖୁସିରେ ସମୟ ଅତିବାହିତ ହେବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ ରେ ବୁଢ଼ି ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। |
![]() |
କୃଷିକ୍ଷେତ୍ର ଲାଭଜନକ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ ସାହାଯ୍ୟ ପରବିର୍ତ୍ତେ କରଛଡ଼ା ଦେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। |
![]() |
ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇବେ। ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବ। |
![]() |
ଅଧିକ ଅଭିଜ୍ଞ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳବାକୁ ପଡିପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଧାର୍ମିକ ପ୍ରକୃତିର ହେବେ। ଜ୍ଞାନୀ ହେବେ। |
![]() |
ଚାହୁଁଥିବା ସାହାଯ୍ୟ ମଳିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳିୁଛ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସୁଖୀ ହେବେ। |
![]() |
ଉଦାର ସ୍ବଭାବର ହୋଇପାରନ୍ତି। ଦାନ ଧର୍ମକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ। ସୁଖୀ ହେବେ। ଜଣେ ସାଧୁ ନିଷ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଦୃଷ୍ଟିଦେବେ। ବୁଦ୍ଧିମାନ୍ ହେବେ। |
![]() |
ଭ୍ରମଣ ଯୋଗ ଅଛି। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୁଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମଳିବ। |
![]() |
କାର୍ଯ୍ୟ ହାସଲ କରବାକୁ ହେଲେ ତରବର ନହୋଇ ଅପେକ୍ଷା କରବାକୁ ହେବ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। |
![]() |
ନିଜେ ନିଜକୁ ସାନ୍ତ୍ବନା ଦେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମଳିବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମଳିବ। ନୂଆ ବନ୍ଧୁ ଜୁଟିବେ। |
![]() |
ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ସରଳ, ସାବଲୀଳ ଭାଷା ପ୍ରୟୋଗ କରି ଅଧସ୍ତନ ବ୍ୟକ୍ତିଙ୍କଠାରୁ କାର୍ଯ୍ୟ ହାସଲ କରିବେ। ନୀତନିଷ୍ଠ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ, ଜ୍ଞାନୀ ହୋଇପାରନ୍ତି। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିପାରେ। |
![]() |
ଆୟ ଆଶାନୁରୂପ ହେବ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା, ଜ୍ୟୋତିଷବିଦ୍ୟା ପ୍ରତି ରୁଚି ରହିବ। |