![]() |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଶିବଦର୍ଶନ ଶୁଭଦାୟକ ହେବ । ପୁତ୍ର ସୁଖ ମିଳିପାରେ । ପରାକ୍ରମୀ ହୋଇପାରନ୍ତି । ଜିତେନ୍ଦ୍ରିୟ, କୀର୍ତ୍ତିମାନ୍ ହେବେ । ଚରିତ୍ରବତ୍ତା ଯୋଗୁଁ ଜନବଲ୍ଲଭ ହୋଇପାରନ୍ତି । |
![]() |
ବ୍ୟୟଭାର ବୃଦ୍ଧି ହୋଇପାରେ । ଆଶ୍ୱାସନା ମିଳିବ । ସାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଧାର୍ମିକ ହେବେ । ଶିଳ୍ପକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଗରିମାଯୁକ୍ତ ହେବେ । |
![]() |
ପ୍ରୀତି ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଅଭୀଷ୍ଟ ପୂର୍ଣ୍ଣ ହୋଇପାରେ । ସମ୍ମାନିତ ହେବାର ସୌଭାଗ୍ୟ ଅଛି । ଯାନବାହନ ସୁଖ ମିଳିପାରେ । ସରକାରଙ୍କ କୃପାପାତ୍ର ହେବେ । କୀର୍ତ୍ତିମାନ୍, ବିଳାସୀ ଓ ଗୁଣଜ୍ଞ ହେବେ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସତ୍ସଙ୍ଗୀ ହୋଇପାରନ୍ତି । ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଅର୍ଥ ସଞ୍ଚୟ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁଖୀ ହେବେ । |
![]() |
ଆଗକୁ ଯିବାର ସୁଯୋଗ ଅଛି । ଆୟ ବୃଦ୍ଧି ହୋଇପାରେ । ପରିଶ୍ରମ ତୁଳନାରେ ଲାଭ ସୀମିତ ହେବ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉପକାରୀ ମହିଳାଙ୍କ ସାନ୍ନିଧ୍ୟ ପାଇ ଗର୍ବିତ ହେବେ । |
![]() |
ସୁଯୋଗ ମିଳିବ; ମାତ୍ର ଦୁର୍ଯୋଗ ପ୍ରତି ସତର୍କ ରହିବାକୁ ପଡ଼ିବ । ଭାଗ୍ୟବାନ୍ ହେବେ । ଅସାଧୁ ଓ ଦୁଷ୍ଟମାନଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା କରିବା ମନା । ଶୁଭକାର୍ଯ୍ୟ ସ୍ଥଗିତ ହେବ । |
![]() |
କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ବନ୍ଧୁ ସହାୟତା ଓ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ପତ୍ନୀ ସହାୟିକା ହେବେ । ସେବକ ହୋଇପାରନ୍ତି । |
![]() |
କର୍ମ ଚଞ୍ଚଳ ରହିପାରନ୍ତି । ଧନସଂଯୁକ୍ତ ହୋଇପାରନ୍ତି । କୁଳପ୍ରଧାନ ହେବେ । କର୍ମକ୍ଷେତ୍ରରେ ସ୍ଥିରତା ଆସିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପରାକ୍ରମୀ ହେବେ । ଗ୍ରାମାଧୀଶ ହେବେ । |
![]() |
କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । କାର୍ଯ୍ୟକ୍ଷେତ୍ରର ଅଗ୍ରଗତି ପାଇଁ ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଯୋଜନା ଚାଲୁ ରହିବ ଓ ଫଳବତୀ ହେବ । ବାଣିଜ୍ୟ କାରବାର ଉନ୍ନତମାନର ହେବ । କର୍ତ୍ତବ୍ୟପରାୟଣ ହେବେ । ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |
![]() |
ପ୍ରତ୍ୟେକ କ୍ଷେତ୍ରରେ ଜଗି-ରଖି ଚଳିବାକୁ ପଡ଼ିବ । ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ସମସ୍ୟା ବୃଦ୍ଧି ହୋଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରିୟ ବନ୍ଧୁଙ୍କ ପ୍ରତି ଅନୁରକ୍ତି ରହିବ । କୃଷିପ୍ରେମୀ ହେବେ । |
![]() |
କାର୍ଯ୍ୟକୁ କରାୟତ୍ତ କରିପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଚଞ୍ଚଳମନା ହୋଇପାରନ୍ତି । ଦ୍ରବ୍ୟ ଲାଭର ସୂଚନା ମିଳୁଛି । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । |
![]() |
ଚାଲୁ ରହିଥିବା କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତିର ସୁଯୋଗ ଅଛି । ଅର୍ଥ ସଞ୍ଚୟ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପତ୍ନୀଙ୍କର ପ୍ରାଧାନ୍ୟ ବଳବତ୍ତର ରହିବ । ବ୍ରହ୍ମ ଉପାସକ ହେବେ । |