![]() |
ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟ ଲାଭଜନକ ହେବ । ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀ ପରାୟଣ ହୋଇପାରନ୍ତି । |
![]() |
ଧନ ସଞ୍ଚୟ ପାଇଁ ଆଗ୍ରହୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହି ଶତ୍ରୁ ଦମନ କରିବେ । |
![]() |
ଦେହ ଭଲ ରହିବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । |
![]() |
ଦିଅଁ ଦର୍ଶନର ସୁଯୋଗ ମିଳିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ସୁଖୁ ହେବେ । ସମ୍ମାନସ୍ପଦ ବ୍ୟକ୍ତି-ବିଶେଷ ହୋଇପାରନ୍ତି । କୃଷି କର୍ମକାରୀ ହେବେ । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ । |
![]() |
ଗୁରୁଜନଙ୍କ ସ୍ନେହାଧୀନ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । |
![]() |
ଗୁରୁଜନଙ୍କ ପ୍ରିୟ ଭାଜନ ହେବେ । ଆଳସ୍ୟ ପରିତ୍ୟାଗ କଲେ ବହୁ ସଫଳର ଅଧିକାରୀ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । |
![]() |
ଦାୟିତ୍ୱବାନ୍ ହୋଇପାରନ୍ତି । ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ । ନିଜେ କରିଥିବା ସୁକର୍ମ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ । ସୁସ୍ୱାଦୁ ଖାଦ୍ୟ ମିଳିବ । |
![]() |
ଅଜଣା ଲୋକ ଦ୍ୱାରା ଉପକୃତ ହେବେ । ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟ କରି ଚାଲିବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ, ନେତ୍ରଭୋଗୀ ଓ ମଧୁରଭାଷୀ ହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । |
![]() |
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସମ୍ମାନିତ ହେବେ । |
![]() |
ସରକାରଙ୍କ କୃପା ପାତ୍ର ହୋଇ ଆତ୍ମ-ସନ୍ତୋଷ ଲାଭ କରିବେ । କୁଳ ଉଜ୍ଜ୍ୱଳ କରିପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ । |
![]() |
ଯେତେ ବିଶୃଙ୍ଖଳା ଉପୁଜିଲେ ବି, କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍ ଓ ସାହସୀ ହେବେ । |
![]() |
କେତେକ ଅବାଞ୍ଛିତ ଘଟଣା ଘଟି ପାରେ । ସୁଖ ମିଳିବା କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |