![]() |
କାର୍ଯ୍ୟକୁ ସରଳୀକରଣ କରିବାରେ ପାରଦର୍ଶୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ସିଦ୍ଧି ଲାଭର ସୂଚନା ମିଳୁଛି । ଦେବ ଦର୍ଶନର ସୁଯୋଗ ଅଛି । ନୀତି ନିୟମକୁ ପାଥେୟ କରି କର୍ମ ପ୍ରବଣ ହେବେ । |
![]() |
ମନସ୍କାମନା ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିପାରନ୍ତି । ସଙ୍ଗୀତ ପ୍ରିୟ ହେବେ । ସୁଶୀଳ ଓ ଧର୍ମ ପ୍ରବର ହେବେ । ସାଧନାରେ ସିଦ୍ଧି ଲାଭ କରିବେ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବାସସ୍ଥାନ ରାଜପ୍ରସାଦ ସଦୃଶ ହେବ । |
![]() |
ମାନ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ବିଶାଳ ଯଶ ଅର୍ଜନ କରିପାରନ୍ତି । ନିର୍ଭୀକ ଭାବେ କାର୍ଯ୍ୟ କରିବେ । |
![]() |
ସମ୍ମାନିତ ହେବେ । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବିଭିନ୍ନ ଦିଗରୁ ଧନପ୍ରାପ୍ତ ହେବାର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଚତୁସ୍ପଦ ଲାଭ ହେବ । ସୁଖ ମିଳିବ । |
![]() |
ବିବାଦୀୟ ଘଟଣାରେ ବିଜୟୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାତ୍ର ବିଳମ୍ୱିତ ହୋଇପରେ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । କର୍ମଚଞ୍ଚଳ ରହିବେ । ଅତି ସୁଖୀ, ସହିଷ୍ଣୁ ଓ କୀର୍ତ୍ତିମାନ୍ ହୋଇପାରନ୍ତି । |
![]() |
କର୍ମ ତତ୍ପର ହେବେ । ପରୋପକାରୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଧନବାନ୍ ହେବେ । ଗୁଣ ସାଗର ହୋଇପାରନ୍ତି । ଚିତ୍ତ ସନ୍ତୁଷ୍ଟ ହେବେ । ନିରାମୟ ଜୀବନ ଯାପନ କରିବେ । ସରକାରୀ ମାନ୍ୟତା ପ୍ରାପ୍ତ ହେବେ । |
![]() |
ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ମନରେ ପ୍ରସନ୍ନତା ଦେଖା ଦେବ । କର୍ମଚଞ୍ଚଳ ରହିବେ । ବ୍ୟୟାଧିକର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବେ । ମଧୁରଭାଷାରେ ପରକୁ ନିଜର କରିବେ । |
![]() |
କାର୍ଯ୍ୟର ଅଗ୍ରଗତି ଘଟିବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ମାନ ସମ୍ମାନର ଅଧିକାରୀ ହେବେ । ଶୁଭକାର୍ଯ୍ୟ କରିପାରନ୍ତି । ବସ୍ତ୍ର ଭୂଷଣ ପ୍ରାପ୍ତ ହେବେ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଗୁରୁକୃପା ଲାଭ କରିପାରନ୍ତି । ଭଲ ଆୟ ହେବ । |
![]() |
ସୁଯୋଗର ଉପଯୋଗ କରି ପାରନ୍ତି । ସୁଖ ସମ୍ମାନ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିବେ । ନୀତିନିଷ୍ଠ ହେବେ । ବ୍ୟବସାୟ ଲାଭଜନକ ହେବ । ମାନ୍ୟତାପ୍ରାପ୍ତ ହେବେ । ସର୍ବତ୍ର ଶୁଭ ଆଶା କରାଯାଏ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସହଯୋଗ ମିଳିବ । ସୁପରାମର୍ଶ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ । ପ୍ରତିଯୋଗିତାରେ ବିଜୟୀ ହେବେ । |
![]() |
ଖର୍ଚ୍ଚାନ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ । ଦେବ, ଗୁରୁ ଦ୍ୱିଜଭକ୍ତ ହୋଇପାରନ୍ତି । ଶୁଚି, ସୁଖୀ ଓ ନିଜ ବଳାର୍ଜିତ ଧନ ଭୋଗ କରିବେ । ପୁଣ୍ୟବାନ୍ ହେବେ । ସନ୍ମାର୍ଗୀ ହୋଇପାରନ୍ତି । |
![]() |
ଆନନ୍ଦ ଉତ୍ସବରେ ସାମିଲ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ହେବେ । ବାଣିଜ୍ୟ କାରବାର ଉତ୍ସାହଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବେ । |