![]() |
ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଶୁଭକାର୍ଯ୍ୟ ବର୍ଜନୀୟ । ପ୍ରବକ୍ତା ହୋଇପାରନ୍ତି । ବିନୟୀଭାବର ହେବେ । ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି । |
![]() |
ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପ୍ରାପ୍ତ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । |
![]() |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବେ । |
![]() |
ପର ଚର୍ଚ୍ଚାରୁ ବିରତ ହେଲେ ସମ୍ମାନ ମିଳିବ । ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ । |
![]() |
ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ପରିଶ୍ରମ ଯେତେ କଠିନ ହେଉ ନା କାହିଁକ ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶୁଭକାର୍ଯ୍ୟ ବର୍ଜନୀୟ । ହିଂସା ମାର୍ଗରେ ମନ ବଳିଲେ ବି ଶ୍ରେଷ୍ଠ ମାନ୍ୟତା ମିଳିବ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ । ଅଶାନ୍ତିର ବିଲୁପ୍ତ ଘଟିବ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ହେଲେ ପରାମର୍ଶ ନେବାକୁ ପଡ଼ିବ । ବିଭିନ୍ନ ସୂତ୍ରରୁ ଧନାଗମ ହେବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ନୀତନିଷ୍ଠ ହେବେ । ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବହୁ ସୂତ୍ରରୁ ଲାଭବାନ୍ ହେବେ । ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କର୍ମଚଞ୍ଚଳ ରହିବେ । ଅଧସ୍ତନଙ୍କ ପ୍ରତି ଶ୍ରଦ୍ଧାଭାବ ରଖିବେ । ଶୁଭକାର୍ଯ୍ୟ ବର୍ଜନୀୟ । ଯାତ୍ରା ଓ ଯୁଦ୍ଧ ପାଇଁ କର୍ମଚଞ୍ଚଳ ରହିବେ । |
![]() |
ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ଶୁଭ ଖବର ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି । |
![]() |
ସୁସମ୍ୱାଦ ଶୁଣି ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ପ୍ରତିଯୋଗିତାରେ ବିଜୟୀ ହେବେ । |
![]() |
ପରୋପକାରୀ ହେବେ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ପ୍ରବଚନ ଶୁଣିବାକୁ ବିଶେଷ ଆଗ୍ରହୀ ହେବେ । ସୁଖ ମିଳିବ । |