![]() |
ମନ ସ୍ଥିର ରହିବ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳବାନ୍ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତି ହେବେ । ଚାକିରିରେ ପ୍ରଶଂସା ମିଳିବ । |
![]() |
ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଧାର୍ମିକ ଓ ତେଜସ୍ୱୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ସେୟାର ମାର୍କେଟରୁ ଲାଭ ମଳିପାରେ । |
![]() |
ପାରବାରିକ ଜୀବନ ସୁଖମୟ ହେବ । ଉଦାର ସ୍ୱଭାବର ହେବେ । ଦାନକୁ ଶ୍ରେଷ୍ଠ ଧର୍ମ ଭାବେ ବିବେଚିତ କରିବେ । ଉତ୍ତମ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ । |
![]() |
ଦିଅଁ ଦର୍ଶନର ସୁଯୋଗ ପାଇବେ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ । |
![]() |
କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ସୁଖ-ସମ୍ମାନ ଲାଭ କରିବେ । ଭାଗ୍ୟଶାଳୀ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ । |
![]() |
ଯାନବାହନ ଚଳାଚଳରେ ସତର୍କ ହେବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ କରିପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭ ହେବାର ସୂଚନା ମିଳୁଛି । ଚିନ୍ତାଧାରା ମହତ୍ ହେବ । |
![]() |
ଯୋଗାଯୋଗରେ ସଫଳତା ମିଳିବ । କଷ୍ଟସାଧ୍ୟ ହେବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର କଥାରେ ଲୋକଙ୍କୁ ବଶକରି ଜନପ୍ରିୟ ହେବେ । ସବୁ ବାଧା, ବିଘ୍ନ ସତ୍ତ୍ୱେ ରାଜଯୋଗ ଅଛି । |
![]() |
ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇ ଧନଲାଭ କରିବେ । |
![]() |
ସାଧନାରେ ସିଦ୍ଧିପ୍ରାପ୍ତ ହେବାର ସୂଚନା ମିଳୁଛି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ । |
![]() |
ମାନସିକ ଅଶାନ୍ତି ଦୂର ହେବ । ସେବା ପୂଜାର ନିଜକୁ ନିୟୋଜିତ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି; ମାତ୍ର ସୁଖ ମିଳିବା କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ମହିଳା ଓ ବିଦ୍ୟାର୍ଥୀମାନେ ଶାନ୍ତିପ୍ରିୟ ହେବେ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଉପଦେଶ ଉପାଦେୟ ହେବ । |