![]() |
ଅଶ୍ୱିନୀ ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସରକାରୀ ଧନ ମିଳିବାର ସୁଯୋଗ ଅଛି । ବସ୍ତ୍ର, ରତ୍ନ ପ୍ରାପ୍ତ ହେବେ । ଯାନବାହନ ସୁଖ ମିଳିବ । ଦ୍ୱିଜା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ବିଘ୍ନ ଉପୁଜିପାରେ । ବହୁ ବ୍ୟୟର ସମ୍ମୁଖୀନ ହେବେ । |
![]() |
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସୁବକ୍ତା ହେବେ । ଦାନ ଧ୍ୟାନରେ ପୁଣ୍ୟ ଅର୍ଜନ କରିପାରନ୍ତି । ସତ୍ୟାନୁରାଗୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବହୁ ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ମିଳିବ । କାର୍ତ୍ତିକ ଓ ମୃଗଶିରା ନକ୍ଷତ୍ରଙ୍କର ସତ୍କର୍ମର ବିରୋଧୀ ହେବେ । |
![]() |
ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିର ଚକ୍ଷୁପୀଡ଼ା ଉପୁଜି ପାରେ । |
![]() |
ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ । ଯାନବାହନ ସୁଖ ମିଳିବ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । ସୁଖ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ । ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରଙ୍କ ପତ୍ନୀ ସୁସ୍ଥ ରହିପାରନ୍ତି । |
![]() |
ମଘା ଓ ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି । ଉତ୍ତମ ପରାମର୍ଶଦାତା ହେବେ ଓ କାବ୍ୟକର୍ତ୍ତା ହୋଇପାରନ୍ତି । ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଶୁଭଫଳ । |
![]() |
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଧନଭୋଗ କରି ପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ତେଜୀୟାନ୍ ହେବେ । ଉତ୍ତରା ଫାଲ୍ଗୁନୀର ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବାହୁରେ ପୀଡ଼ା ଉପୁଜିପାରେ । ମନରେ ଉଦ୍ବେଗ ଜାତ ହେବ । |
![]() |
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ମିତ୍ର ବା ପୁତ୍ର ଲାଭ କରିପାରନ୍ତି । ମନ୍ତ୍ର ଶାସ୍ତ୍ରାଦି ତାଙ୍କର ଆୟତ୍ତାଧୀନ ହେବ । ଧନ ସହିତ ଯାନବାହନ ସୁଖ ମିଳିବ । ବାକ୍ୟ ପଟୁ ହେବେ । ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ରାଜପୂଜା ମିଳିବ । ଯାନବାହନ ସୁଖ ପ୍ରାପ୍ତ ହେବେ । ଗ୍ରାମାଧୀଶ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁପୋଷକ ହୋଇପାରନ୍ତି । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତି ହେବେ । |
![]() |
ଦାନ ଧ୍ୟାନରେ ନିମଗ୍ନ ହେବେ । ଭୋଗ ବିଳାସ କରି ପାରନ୍ତି । ଅପାର ଗୁଣର ଆଧାର ହୋଇପାରନ୍ତି । ଧନ ସମ୍ପଦଯୁକ୍ତ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଉପରୋକ୍ତ ଶୁଭଫଳ, ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରର । ଉତ୍ତରାଷାଢ଼ାର ସାମାନ୍ୟ ଶୁଭ । |
![]() |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ଶାସ୍ତ୍ରାନୁରକ୍ତ ହେବେ । ନିର୍ଭୟରେ କାର୍ଯ୍ୟ କରିବେ । ସାଧୁସେବାରେ ମଗ୍ନ ହେବେ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଶତଭିଷା ନକ୍ଷତ୍ର ଜାତବ୍ୟକ୍ତି ବେଦ ପ୍ରଥାବଲମ୍ବୀ ହେବେ । ବୀରକର୍ମ ହୋଇପାରନ୍ତି । ଧର୍ମ ପରାୟଣ ହେବେ । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ଓ ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ଉତ୍ତରା ଭାଦ୍ର ପଦ ନକ୍ଷତ୍ର ଜାତବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି । ଯୁବତୀଙ୍କର ମନୋରଞ୍ଜନକାରୀ ହେବେ । ରଜତ ଧନଦ୍ୱାରା ଧନଶାଳୀ ହେବେ । ରସିକ ହେବା ଆଶା କରାଯାଏ । ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ମଧ୍ୟ ଧନଲାଭ ହେବ । |