![]() |
ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ପ୍ରବଚନରେ ଯୋଗ ଦେବେ । |
![]() |
ଜଣେ ବିଜ୍ଞ ବ୍ୟକ୍ତିଭାବେ ପରିଚିତ ହେବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ବ୍ରହ୍ମ କଲ୍ୟାଣ ଲାଭ କରିପାରନ୍ତି । ପ୍ରିୟଜନଙ୍କ ସହାୟତା ମିଳିବ । ମାତ୍ର ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । |
![]() |
ବନ୍ଧୁ ମିଳନ ଘଟିପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । |
![]() |
ଶତ୍ରୁର ଆହ୍ୱାନ୍ ଆପଣଙ୍କୁ କ୍ରୋଧାନ୍ୱିତ କରିପାରେ । ପଡ଼ୋଶୀଙ୍କ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । |
![]() |
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନ ଲାଭର ସୂଚନା ମିଳୁଛି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । |
![]() |
ଶ୍ରମ ସାର୍ଥକ ହେବ । ଶତ୍ରୁନାଶ କରିପାରନ୍ତି । ଧନ ଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି । ତେଜୀୟାନ୍ ହେବେ । ବାହୁରେ ପୀଡ଼ା ଉପୁଜି ପାରେ । ଅସାଧୁ ଓ ଦୁଷ୍ଟ ବ୍ୟକ୍ତିଙ୍କୁ ପରିତ୍ୟାଗ କରି ଆଶ୍ୱସ୍ତ ହେବେ । ଧର୍ମଧାରଣାରେ ମଗ୍ନ ହେବେ । |
![]() |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବଦର୍ଶନରେ ଆତ୍ମତୃପ୍ତି ଲାଭ କରିବେ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
କାର୍ଯ୍ୟ କରିବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ । ପ୍ରତ୍ୟେକ କ୍ଷେତ୍ରରେ ସ୍ଥିରତା ଆସିବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । କୁଳ ପ୍ରଧାନର ମାନ୍ୟତା ପ୍ରାପ୍ତ ହେବେ । ଧନ ସଞ୍ଚୟରେ ବ୍ରତୀ ହୋଇପାରନ୍ତି । |
![]() |
ଆୟ ବୃଦ୍ଧିର ସୂଚନା ମିଳୁଛି । ସୁଖ ସମ୍ମାନ ଲାଭ କରିପାରନ୍ତି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବାକୁ ପଡ଼ିବ । ବନ୍ଧୁ ବିରୋଧରେ ସମ୍ମୁଖୀନ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମଧୁର କଥାରେ ପରକୁ ଆପଣାର କରିବେ । ଯାତ୍ରା ଶୁଭପ୍ରଦ ହେବ । |
![]() |
ଶୁଭଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସୁଖୀ ହେବେ । |
![]() |
ସୁସମ୍ୱାଦ ମିଳିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । ଜୀବେ ଦୟା ପ୍ରବୃତ୍ତିର ହୋଇପାରନ୍ତି । ସନ୍ତୋଷ ମିଳିବ । |