![]() |
ରୋଜଗାର ପାଇଁ ବାତାବରଣ ଅନୁକୂଳ ରହିଛି । ପରୋପକାରୀ ହୋଇପାରନ୍ତି । ବଂଶର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ସୁସ୍ଥ ରହିବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ଆୟରେ ଉନ୍ନତି ଘଟିବ । କାର୍ଯ୍ୟ ବ୍ୟସ୍ତ ବହୁଳ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । |
![]() |
କାର୍ଯ୍ୟରେ ବିଘ୍ନ ଘଟିପାରେ; ତଥାପି ଆମୋଦପ୍ରମୋଦରେ ସମୟ ବିତାଇବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନ । |
![]() |
ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହୋଇପାରନ୍ତି । |
![]() |
କର୍ମକ୍ଷେତ୍ରରେ ବିଚଳିତ ହୋଇପାରନ୍ତି । ଅହଂ ମନୋଭାବ ପୋଷଣ କରିବେ । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ଭାବ ରହିବ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶରୀର ସୁସ୍ଥ ରହିବ । ଶକ୍ତିମାନ୍ ହୋଇପାରନ୍ତି । ଶତ୍ରୁହନ୍ତା ହେବେ । |
![]() |
ପାରିବାରିକ ସମସ୍ୟା ଦେଖାଦେଇ ପାରେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ । |
![]() |
ଯାତ୍ରାଜନିତ ସମସ୍ୟା ଦେଖାଦେଇପାରେ । ମାନମନାନ୍ତର ଘଟିପାରେ । ଉଦାର ସ୍ୱଭାବର ହେବେ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହେବେ । |
![]() |
ଭ୍ରାତୃ ବିବାଦର ଅବସାଦ ଘଟିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । |
![]() |
ଅପ୍ରିୟ ପରିସ୍ଥିତିରୁ ଉଧୁରି ଯିବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପରମ ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଏକପତ୍ନୀ ବ୍ରତଧାରୀ ହେବେ । ମିତ୍ର ସୁଖ ମିଳିବ । |
![]() |
ଆର୍ଥିକ ଅନଟନ ଦୂରୀଭୂତ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । |
![]() |
ବହୁକ୍ଷେତ୍ରରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷା ବ୍ୟବହାର କରି ଅଧସ୍ତନମାନଙ୍କର ମନ କିଣିବେ । ଖର୍ଚ୍ଚାନ୍ତ ହେବେ । |
![]() |
ଭବିଷ୍ୟତ ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରିବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇ, ଧନ ପ୍ରାପ୍ତ ହେବେ । |