![]() |
ବିଭିନ୍ନ ସ୍ତରରୁ ସହଯୋଗ ପାଇ ମଧ୍ୟ କାର୍ଯ୍ୟ ହାସଲ କରିବା କଷ୍ଟସାଧ୍ୟ ହେବ । ଆଶାବାଦୀ ହୋଇପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ । |
![]() |
ପାରିବାରିକ ସୁଖ ମିଳିବ । ଉଦାର ପ୍ରକୃତିର ହେବେ । ରୋଜଗାର ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
କାର୍ଯ୍ୟବ୍ୟସ୍ତ ରହିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ପରକୁ ଆପଣାର କରିବାର କଳା ଆପଣଙ୍କ ଠାରେ ରହିଛି । ପରିଶ୍ରମରେ ଥକ୍କାମାରି କିଛି ସମୟ ବିଶ୍ରାମ ନେଇ ପାରନ୍ତି । ଥଣ୍ଡା-କଫରେ ପୀଡ଼ିତ ହେବେ । |
![]() |
ନିଜ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଅର୍ଜନ କରିଥିବା ଅଭିଜ୍ଞତା କାର୍ଯ୍ୟରେ ଲାଗିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ହଠାତ୍ କିଛି ଅର୍ଥ ମିଳିପାରେ । ସରକାରୀ କୃପାଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତି ସହ ସମ୍ମାନ ମିଳିବ । |
![]() |
ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ଅତ୍ୟଧିକ ପରିଶ୍ରମ ଯୋଗୁଁ ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ବିଳାସ ବ୍ୟସନ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ମିଳିବ । ବ୍ୟବସାୟ ଲାଭଜନକ ହେବ । ସୁଖ ଭୋଗ କରିବେ । |
![]() |
ଦିଅଁ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । କୃତୀ ପ୍ରତିଯୋଗୀ ଭାବେ ସମ୍ମାନିତ ଓ ପୁରସ୍କୃତ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜନୈକା ମହିଳା ସହାୟତା କରିବେ । ଭାଗ୍ୟଶାଳୀ ହେବେ । |
![]() |
ଆଶଙ୍କାରେ ଦିନ ବିତାଇ ପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଚିନ୍ତା ବୃଦ୍ଧି ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । |
![]() |
ପାରିବାରିକ ଘଟଣାରେ ଶାନ୍ତି ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ବନ୍ଧୁଙ୍କ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ପାଇପାରନ୍ତି । |
![]() |
ସାଧନା ଫଳବତୀ ହେବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ମିଥ୍ୟାଚାର ଠାରୁ ଦୂରେଇ ରହିବେ । |
![]() |
କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଉଦାର ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ହଠାତ୍ କିଛି ପାଇଥିବା ଅର୍ଥ ଲଗାଣରେ ସହାୟକ ହେବ । ସାହସୀ ହେବେ । |
![]() |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ଯାନବାହନ ସୁଖ ମିଳିପାରେ । ଶୁଭକାର୍ଯ୍ୟ କରଣୀୟ । |
![]() |
ବିବାହ ପ୍ରସ୍ତାବ ଆସିପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପ୍ରତିଯୋଗିତାରେ ବିଜୟ ଲାଭ କରିପାରନ୍ତି । କଳେବଳେ କୌଶଳେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଖ ମିଳିପାରେ । । |