![]() |
ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସନ୍ମାର୍ଗୀ ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ସରକାରୀ ସ୍ତରରେ ମାନ ମର୍ଯ୍ୟାଦାପ୍ରାପ୍ତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
![]() |
ଧୈର୍ଯ୍ୟ ଧରି କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିପାରନ୍ତି । କର୍ମ ଚଞ୍ଚଳ ରହିବେ । ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଧର୍ମ, କର୍ମ ସଂପାଦନ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । |
![]() |
କାର୍ଯ୍ୟ ଉତ୍ସାହପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖ ସମ୍ମାନ ଲାଭ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ । ଉଚ୍ଚ ପଦପଦବୀ ମିଳିପାରେ । |
![]() |
ମିଳିଥିବା ସୁଯୋଗକୁ ହାତଛଡ଼ା ନ କରିବା ଭଲ । ସ୍ୱାଭିମାନୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରି ଖର୍ଚ୍ଚାନ୍ତ ଯୋଗ ଅଛି । ପରର ଉପକାର କରିବାକୁ ଯାଇ ନିଜେ ବିପଦରେ ପଡ଼ିପାରନ୍ତି । ସତର୍କତାର ଦିନ । |
![]() |
ଉପୁଜିଥିବା ଜଟିଳ ସମସ୍ୟା ସୁସମାଧାନ କରିପାରନ୍ତି । ମିତ୍ର ଲାଭର ସୂଚନା ମିଳୁଛି । ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । |
![]() |
କର୍ମ ତତ୍ପରତା ପ୍ରକାଶ ପାଇବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଆଶା ପୂରଣ ହେବ । ଶତ୍ରୁଦମନ କରି ମାନସିକ ଶାନ୍ତି ଲାଭ କରିବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ । |
![]() |
ଦିନଟି ଶୁଭମୟ ହେବ । ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । ହଠାତ୍ କିଛି ଅର୍ଥ ମିଳିପାରେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ମନ ଚଞ୍ଚଳ ରହିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । |
![]() |
ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିପାରନ୍ତି । ପରାକ୍ରମଶାଳୀ ହେବେ । ବହୁଜନଙ୍କର ପୋଷକ ହୋଇପାରନ୍ତି । ଗୃହ ପରିବେଶ ଉତ୍ତମ ହେବ । କୃଷି ଉପରେ ଧ୍ୟାନ ଦେବେ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭକାର୍ଯ୍ୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଅତ୍ୟଧିକ କାର୍ଯ୍ୟ ଭାର ଗ୍ରହଣ କରିବେ ଓ ତା’ର ସୁପରିଚାଳନା କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
ଚିନ୍ତାଧାରା କାର୍ଯ୍ୟକାରୀ ହେବ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭୋଜନ ସୁଖ ମିଳିବ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । କଳ୍ପନା ବିଳାସୀ ଘଟଣାରେ ବିଜୟୀ ହେବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ସମସ୍ୟା ଘେରରେ ରହିପାରନ୍ତି । ପଥରୋଧକାରୀ ମାନେ ଅପଦସ୍ତ ହେବେ । ବିରୋଧୀଙ୍କ କାର୍ଯ୍ୟ କଳାପରେ ପ୍ରତିରୋଧ କରିବାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଯଥା ବିବାଦରେ ଭାଗ ନ ନେଇ ଚୁପ୍ ରହିବା ଭଲ ହେବ । |