![]() |
କୁମିତ୍ରମାନେ ବିପଦରେ ପକାଇବାକୁ ପ୍ରବଳ ଉଦ୍ୟମ କରିପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିବେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କୌଣସି ଶୁଭକର୍ମ ଥିଲେ ତାକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ । |
![]() |
ନିଜ କାର୍ଯ୍ୟର ସମୀକ୍ଷା କରିବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଆପଣଙ୍କ କର୍ମ କୁଶଳତାର ପରିପ୍ରକାଶ ଘଟିବ । ପାରିବାରିକ ସୁଖ ମିଳିବ । ସନ୍ମାର୍ଗୀ ହେବେ । କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପୁଜିଥିବା ସମସ୍ୟାର ସମାଧାନ ହେବ । ଅର୍ଥ ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । କାର୍ଯ୍ୟ କଲାବେଳେ ବୁଦ୍ଧି ହଜି ଯାଇପାରେ । ସତର୍କ ରହିବେ । |
![]() |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସର୍ବ ସୁଖର ଅଧିକାରୀ ହୋଇପାରନ୍ତି । ଶତ୍ରୁମାନେ ଉପଦ୍ରବ ନକରି ଆପଣା ଛାଏଁ ଓହରି ଯିବେ । |
![]() |
ଦୂରଯାତ୍ରା ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ । ବେପାର-ବଣିଜ ଲାଭଦାୟକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାପ୍ତ ହୋଇ ଖୁସି ହେବେ । ବହୁ ସୁଖ ମିଳିବ । ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ । |
![]() |
ଜଞ୍ଜାଳ ଦୂରେଇ ଯିବ । ଉଚ୍ଚସମ୍ମାନ ଲାଭ କରିବେ । ସତ୍କର୍ମରେ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ପତ୍ନୀ ମିତ୍ର, ଧର୍ମରତ ଓ ଗୁରୁଭକ୍ତ ହେବେ । |
![]() |
କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ । ସୁଖ-ଶାନ୍ତିରେ ଦିନଟି ବିତାଇ ପାରନ୍ତି । ପ୍ରବଳ ମାତ୍ରାରେ ଜନ ସମର୍ଥନ ମିଳିବ । ମନ ପ୍ରଫୁଲ୍ଲ ରହିବ । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । |
![]() |
ଭୁଲ ବୁଝାମଣା ଦୂର ହୋଇ ପାରସ୍ପରିକ ବୁଝାମଣା ଉତ୍ତମ ଧରଣର ହେବେ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ । ପ୍ରଶଂସିତ ହେବେ । ଆୟ ବୃଦ୍ଧିର ସୂଚନା ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ଦ୍ରବ୍ୟ ଲାଭ ସହିତ, ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । |
![]() |
ଯେଉଁ କାର୍ଯ୍ୟ କରୁଥିବେ, ତା’ ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ । କାର୍ଯ୍ୟ କଷ୍ଟଦାୟକ ହୋଇପାରେ । ଚିନ୍ତା ଦୂର ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଖର୍ଚ୍ଚାନ୍ତ ହେବାର ପରିସ୍ଥିତି ଉପୁଜିଛି । କଥାର ଶୈଳୀ ସୁଖଦାୟକ ହେବ । |
![]() |
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମତତ୍ପର ହେବେ । ହସଖୁସିରେ ଦିନଟି ଅତିବାହିତ ହୋଇପାରେ । ଶ୍ରେଷ୍ଠ ପଦପଦବୀ ମିଳିବ । ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ, ଋଦ୍ଧିଲାଭ ହେବ । |
![]() |
କଥାରେ ଲୋକଙ୍କୁ ବାନ୍ଧି ରଖିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପରଶ୍ରମର ଫଳ ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ବିଶେଷ ଉନ୍ନତି ସମ୍ଭବ ହେବ । ଶାସ୍ତ୍ରାନୁରକ୍ତ ହେବେ । ବୁଦ୍ଧିମାନ ଓ ବିବେକୀ ହେବେ । |
![]() |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅର୍ଥ ସଞ୍ଚୟ କରିପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସୌନ୍ଦଯ୍ୟ ଉପଭୋଗ କରିବେ । ଭୋଗପ୍ରିୟ ହୋଇପାରନ୍ତି । |