![]() |
ଅର୍ଥପ୍ରାପ୍ତିର ସୁଯୋଗ ଅଛି । ଅଧିକ ଆୟ ପାଇଁ ଆଶାବାଦୀ ହେବେ; ମାତ୍ର ଘାତ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ । ଶତ୍ରୁକୁ ପରାଜିତ କରିପାରନ୍ତି । ସୁଗୁଣ ସମ୍ପନ୍ନ ହେବେ । ଉତ୍ତମା ସ୍ତ୍ରୀ ଓ ପୁତ୍ରଯୁକ୍ତ ହୋଇପାରନ୍ତି । |
![]() |
ଯୋଗାଯୋଗ ଶୁଭଦାୟକ ହେବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ପାରିବାରିକ ସୁଖ ମିଳିବ । ମନ ପ୍ରଫୁଲ୍ଲ ରହିବ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ଯାନ ସୁଖ ମିଳିପାରେ । ଦେବପୂଜା ନିରତ ହେବେ । |
![]() |
ହସ-ଖୁସିରେ ଦିନଟି ବିତାଇ ପାରନ୍ତି । ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିପାରେ । କର୍ମକ୍ଷେତ୍ର ଉନ୍ନତି ଘଟିବ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ସ୍ତ୍ରୀ ଧନହେତୁ ସୁଖୀ ହେବେ । |
![]() |
କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାର ପାତ୍ର ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କଳ୍ପନା ବିଳାସୀ ହୋଇପାରନ୍ତି । ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବେ । |
![]() |
କର୍ମଚଞ୍ଚଳ ରହିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୟାଳୁ ସ୍ୱଭାବର ହେବେ । |
![]() |
ଅନଟନରୁ ବର୍ତ୍ତିଯାଇ ଆଶ୍ୱସ୍ତ ହେବେ । ବନ୍ଧୁ ସହାୟତା ପାଇ ଉପକୃତ ହେବେ । ଅସୁସ୍ଥତାର ଉପଶମ ହେବ । ଶତ୍ରୁ ବାଦ ହୋଇ ଅପସରି ଯିବ । ସ୍ୱାଭିମାନୀ ହେବେ । ଭାଗ୍ୟବାନ୍ ହେବେ । ପିତୃ ଭକ୍ତିଯୁକ୍ତ ହେବେ । |
![]() |
ଯାତ୍ରାର ମାର୍ଗ ସୁଗମ ହେବ । ଆଶାବାଦୀ ହେବେ । ଆୟ ଆଶାନୁରୂପ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ସପତ୍ନୀକ ସୁଖ ଭୋଗୀ ହେବେ । ଜିତେନ୍ଦ୍ରିୟ ଓ ଦୟାଳୁ ସ୍ୱଭାବର ହେବେ । |
![]() |
ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ସୌଭାଗ୍ୟ ଉଦୟ ହୋଇଛି । ସୁଖ-ଶାନ୍ତିରେ ସମୟ ଅତିବାହିତ ହେବ । ଯାନବାହନ ସୁଖ ମିଳିପାରେ । ପରାକ୍ରମଶାଳୀ ହେବେ । ବହୁ ପୋଷକ ହେବା ଆଶା କରାଯାଏ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ବିରୋଧୀମାନଙ୍କ ଅସହଯୋଗକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ବୁଦ୍ଧିମାନ୍ ହେବେ । ସରକାରୀ ମାନ୍ୟତା ମିଳିବ । ପରୋପକାରୀ ହେବେ । ଯାନବାହନ ସୁଖ ମିଳିପାରେ । |
![]() |
ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୃଷିକ୍ଷେତରୁ ଲାଭ ମିଳିପାରେ । ଗୃହ ପରିବେଶ ଉତ୍ତମ ହେବ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ମିତ୍ର ସୁଖ ମିଳିବ । |
![]() |
କଲ୍ୟାଣକାରୀ କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ବିବାଦୀୟ ଘଟଣାରେ ଆପଣଙ୍କ ନଷ୍ପତ୍ତି ଉଭୟ ପକ୍ଷଙ୍କୁ ସୁହାଇବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତି-ସନ୍ତୋଷ ମିଳିବ । ବନ୍ଧୁ ସୁଖ ପାଇବେ । |
![]() |
ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଗ୍ୟଶାଳୀ ହେବେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଚଞ୍ଚଳମନା ଓ ହୃଷ୍ଟଚିତ୍ତ ହେବେ । କୀର୍ତ୍ତିମାନ୍ ହେବେ । |