![]() |
ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉତ୍ସାହିତ ହୋଇ କାର୍ଯ୍ୟ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜିବ । ପ୍ରେମୀ ଓ ସାହସୀ ହେବେ । |
![]() |
ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଭଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହୋଇପାରନ୍ତି । |
![]() |
ଉପୁଜି ଥିବା ସମସ୍ୟା ସମାଧାନରେ ସଫଳତା ଲାଭ କରିବେ । ସୁଖ, ସମ୍ମାନ ଲାଭ କରିପାରନ୍ତି । ପ୍ରୀତିପୂର୍ଣ୍ଣ ସୁସ୍ୱାଦୁ ଭୋଜନ ପାଇ ତୃପ୍ତି ହେବେ। ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । |
![]() |
କାର୍ଯ୍ୟରେ ଅଶାନ୍ତି ଉପୁଜି ପାରେ । ବ୍ୟୟ ଯୋଗ ଅଛି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଏକାନ୍ତ ପ୍ରିୟ ଓ ଚକ୍ଷୁ ପୀଡ଼ା ପାଇ ପାରନ୍ତି । |
![]() |
ଭ୍ରମଣ ଜନିତ ସୁଖ ମିଳିପାରେ । ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଯଶସ୍ୱୀ ହେବେ । ସରକାରୀ ସମ୍ମାନିତ ହେବାର ସୂଚନା ମିଳୁଛି । |
![]() |
ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । |
![]() |
ଛୁଟି କଟାଇବା ପରେ କର୍ମକ୍ଷେତ୍ରରେ ଯୋଗ ଦେଇ ପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ଦିନଟି ଅତିବାହିତ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । |
![]() |
ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଈର୍ଷାପରାୟଣ ହେବାକୁ ବାଧ୍ୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
![]() |
ଅପହୃତ ଦ୍ରବ୍ୟର ସନ୍ଧାନ ପାଇ ପାରନ୍ତି । ଏଥିପାଇଁ ବହୁ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ ଦେବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ସହଯୋଗ ମିଳିବ । |
![]() |
ଆଶା ଫଳବତୀ ହେବ । ପ୍ରଥମେ ଶତ୍ରୁର ତେଜ ଦେଖି ମନରେ ଭୟର ସଞ୍ଚାର ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳଶାଳୀ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । |
![]() |
ଆୟ ଖୁବ୍ ଭଲ ହେବ । ନଷ୍ଟଦ୍ରବ୍ୟ ମିଳିପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଧନପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ତେଜସ୍ୱୀ ହେବେ । ପରୋପକାରୀ ହେବେ । |
![]() |
କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ନ୍ୟାୟ ପାଇଁ କଳହର ସମ୍ମୁଖୀନ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷିକର୍ମକାରୀ ହୋଇପାରନ୍ତି । |