![]() |
ମହାପ୍ରତାପୀ ହେବେ । ଲବ୍ଧପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହୋଇପାରନ୍ତି । ସରକାରୀ ମାନ୍ୟତା ପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ନୃତ୍ୟ ସଙ୍ଗୀତରେ ରୁଚି ରହିବ । ଜଳାଶୟ ନିର୍ମାଣରେ ସାହାଯ୍ୟକାରୀ ହୋଇପାରନ୍ତି । |
![]() |
ଧନବାନ୍ ହେବେ । ରାଜସେବକ ହୋଇପାରନ୍ତି । ଭୋଗ ବିଳାସରୁ ଦୂରେଇ ରହିବେ । ବୁଦ୍ଧିମାନ୍ ହୋଇପାରନ୍ତି । ପତ୍ନୀ ପରାୟଣ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ସ୍ୱାଭିମାନୀ ହୋଇପାରନ୍ତି । ଉଚ୍ଚ ପଦାଧିକାରୀ ହେବେ । |
![]() |
କର୍ମଚଞ୍ଚଳ ରହିବେ । ବିଦ୍ୱାନମାନଙ୍କୁ ଆଦର, ସମ୍ମାନ ଦେଇପାରନ୍ତି । କଥାବାର୍ତ୍ତା ଅଯଥା ହୋଇପାରେ । ଦୁର୍ଭାଗ୍ୟକୁ ବରଣ କରିପାରନ୍ତି । ନୀଚ ଲୋକମାନଙ୍କ ସହିତ ମିଳାମିଶା କରି ପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ । ସତର୍କତାର ଦିନ । |
![]() |
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସହକର୍ମଚାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । କଠୋର ସ୍ୱଭାବ ସମ୍ପନ୍ନ ହେବେ । ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଓ ଯନ୍ତ୍ରାଂଶ ବ୍ୟବସାୟ ଲାଭଜନକ ହେବ । |
![]() |
ଅସୁସ୍ଥତା ଅନୁଭବ କରିପାରନ୍ତି । ସୁବୁଦ୍ଧି ସମ୍ପନ୍ନ ହେବେ । ନିଜ ପରିଜନଙ୍କ ପୋଷକ ହେବେ । ଜ୍ଞାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଗୃହ ସୁଖ ମିଳିବ । କ୍ଷୀଣ ଶରୀର ହେଲେ ବି ଶତ୍ରୁ ବିଜୟୀ ହେବେ । ସତ୍କର୍ମ କରି ଲୋକ ପୂଜ୍ୟ ହୋଇପାରନ୍ତି । ମାତୃ କଲ୍ୟାଣ ମିଳିବ । |
![]() |
କର୍ମଚଞ୍ଚଳ ରହିବେ । ସ୍ୱାସ୍ଥ୍ୟବାନ୍ ହୋଇପାରନ୍ତି । ନାଟ୍ୟପ୍ରେମୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଜୁଆ, ଲଟେରି ଓ ସେୟାର ମାର୍କେଟରେ ଲାଭବାନ୍ ହେବେ । ଶ୍ରମ ସାର୍ଥକ ହେବ । ନିନ୍ଦାରୁ ମୁକ୍ତ ହେବେ । ପ୍ରଶଂସା ମିଳିବ । |
![]() |
ସୁସ୍ଥ ନିରାମୟ ଜୀବନଯାପନ କରିପାରନ୍ତି । ପିତୃ ଧନକ୍ଷୟକାରୀ ହେବେ । ଭ୍ରାତୃ ବିରୋଧୀ ହୋଇପାରନ୍ତି । ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ । ମିଷ୍ଟଭାଷୀ ହେବେ । ହୃଦୟବାନ୍ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ରାଜ ସମ୍ମାନ ମିଳିବ । |
![]() |
ସାନ ଭାଇଙ୍କ ସହ ବିଚାର ବିମର୍ଶ କରି କାର୍ଯ୍ୟ କରିବେ । ନିଜ ମିତ୍ର ଓ ବନ୍ଧୁଙ୍କର ହିତକାରୀ ହେବେ । ସ୍ତ୍ରୀ, ପୁତ୍ରଯୁକ୍ତ ହେବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ବୁଦ୍ଧି ଖଟାଇ ଭଲ ରୋଜଗାର କରିପାରନ୍ତି । କ୍ଷମାଶୀଳ ହେବେ । ତୀକ୍ଷ୍ମ ବୁଦ୍ଧିଯୁକ୍ତ ହେବେ । |
![]() |
ସମ୍ପତ୍ତିବାନ୍ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କାର୍ଯ୍ୟରେ ନିଷ୍ଠାଭାବ ରହିବ । ଲୁହା ବ୍ୟବସାୟରେ ଧନଲାଭ ହୋଇପାରେ । ବିଶ୍ୱସ୍ତ ଲୋକଙ୍କୁ ଆଦର କରି କାର୍ଯ୍ୟ ହାସଲ କରିପାରନ୍ତି । ଯଶସ୍ୱୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । |
![]() |
ସ୍ୱାଭିମାନୀ ହେବେ । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଜିଦ୍ଖୋର ମନୋବୃତ୍ତି ରହିବ । ପ୍ରତିଶୋଧ ପରାୟଣ ହେବେ । ଭାଗ୍ୟର ଉତ୍ଥାନ ପତନ ଘଟିପାରେ । ଉଦ୍ୟୋଗୀ ହେବେ । ବିଭିନ୍ନ ଦିଗରୁ ଅର୍ଥାଗମ ଘଟିପାରେ । ଭୁଲ ସୁଧାରି ପାରନ୍ତି । |
![]() |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶାନ୍ତ ଓ ନିପୁଣ ହେବେ । ମେଧାବୀ ହୋଇପାରନ୍ତି । ଜିତେନ୍ଦିୟ ହେବେ । ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍କର୍ମରେ ନିୟୋଜିତ ହେବେ । ଧର୍ମମତି ହୋଇପାରନ୍ତି । |
![]() |
ସତ୍ୟବାଦୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ନିଜ ପରିବାରର ହିତ ଚିନ୍ତକ ହୋଇପାରନ୍ତି । ଦେବ, ବ୍ରାହ୍ମଣଙ୍କ ଭକ୍ତ ହେବେ । ନିଜ ଉପାର୍ଜିତ ଧନରେ ଧନୀ ହୋଇପାରନ୍ତି । ଜ୍ୟୋତିଷ ବିଦ୍ୟା ଉପରେ ଚର୍ଚ୍ଚା କରିବେ । ସଦାଚାରୀ ଓ ସାହସୀ ହେବେ । |