![]() |
ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ, ଏପରିକି ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଶତ୍ରୁଜୟୀ ହେବେ । |
![]() |
ସାଧନାରେ ସିଦ୍ଧି ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । |
![]() |
ଶତ୍ରୁ ସହିତ ମୁକାବିଲା ପାଇଁ ଆଗକୁ ମାଡ଼ି ଚାଲିବେ । ମନରେ ଉଦ୍ବେଗ ଜାତ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଧାର୍ମିକ ହେବେ । |
![]() |
ସୁଖ ମିଳିବା କଷ୍ଟସାଧ୍ୟ ହେବ । ଅର୍ଥାଭାବ ଦେଖା ଦେଇପାରେ । ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବା ଜରୁରୀ । କୃପଣ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । |
![]() |
ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ପାଇବେ । ଶୁଭକାର୍ଯ୍ୟ କରଣୀୟ । ରୁଚିକର ଭୋଜନ ମିଳିବ । |
![]() |
ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଗୋଷ୍ଠୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି । ଦଣ୍ଡଧାରୀ ହେବେ । ମନ୍ତ୍ରଣାକାରୀ ହେବା ଆଶା କରାଯାଏ । ମାନସିକ ଶାନ୍ତି ମିଳିବ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରଚୁର ଅର୍ଥ ପାଇବେ । |
![]() |
ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସି ପାରେ । କେତେକ କ୍ଷେତ୍ରରେ କାର୍ଯ୍ୟ ଠିକ୍ ଚାଲିଥିବାବେଳେ ବୁଝାମଣା ଭୁଲ ହୋଇପାରେ । ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । ସନ୍ମାର୍ଗୀ, ବିବେକୀ ଓ ଜନପ୍ରିୟ ହେବେ । |
![]() |
ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନ କଲେ ରିଷ୍ଟ ଖଣ୍ଡନ ହେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ସାମୟିକ ଭାବେ ଚପଳମତି ହୋଇପାରନ୍ତି । |
![]() |
ଜନସାଧାରଣଙ୍କର ଆଦରଣୀୟ ହେବେ । ପ୍ରଚୁର ବିତ୍ତର ଅଧିକାରୀ ହେବେ । ବିଳାସ-ବ୍ୟସନ ପରିତ୍ୟାଗ କରିପାରନ୍ତି । ଶ୍ରେଷ୍ଠ ପଦରେ ଭୂଷିତ ହୋଇପାରନ୍ତି । ଭ୍ରାତୃ ଭାବ ଅତୁଟ ରହିବ । |
![]() |
ଭଲ ଆୟ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହାନ୍ ହେବ । |
![]() |
ଧନକ୍ଷୟ ହେବାର ସୂଚିତ ହେଉଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ସବୁଠୁଁ ଭଲ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । |