![]() |
ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କର୍ମଚଞ୍ଚଳ ରହିବେ । ମହିଳାମାନଙ୍କର ସାହାଯ୍ୟକାରୀ ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ । |
![]() |
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିରସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କରିତ୍କର୍ମା ହେବେ । |
![]() |
ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବ୍ୟବସାୟ ଲାଭଜନକ ହେବ । ଦାନ ଦରିଦ୍ରଙ୍କର ସାହାଯ୍ୟକାରୀ ହେବେ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ । |
![]() |
କାର୍ଯ୍ୟର ସଫଳ ରୂପାୟନ କର ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭବୃଦ୍ଧି ଘଟିବ ଓ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରବଚନ ଶୁଣିବାରେ ଆଗ୍ରହୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦାନ ଧର୍ମ ଦୀକ୍ଷିତ ହୋଇପାରନ୍ତି । ରାଜକୃପା ମିଳିବ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କଳହଠାରୁ ଦୂରେଇ ରହିବେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ବ୍ରାହ୍ମଣ, ବୈଷ୍ଣବ ପ୍ରତି ଦୟା ଭାବ ରହିବ । ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । |
![]() |
ସୁଖକର ଘଟଣା ମାନ ଘଟିବ । କର୍ମକ୍ଷେତ୍ରକୁ ଶୃଙ୍ଖଳିତ ଓ ଅଧିକ ଉଜ୍ଜ୍ୱଳମୟ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ପତ୍ନୀ ଆପଣଙ୍କୁ ପତନ ମୁଖରୁ ରକ୍ଷା କରିବେ । |
![]() |
ବିଭିନ୍ନ ଦିଗରୁ ସାହାଯ୍ୟ ପାଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ଆପଣଙ୍କ ମନରେ ଖୁସି ଭରି ଦେବ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । |
![]() |
ଶାସ୍ତ୍ର ଅଧ୍ୟୟନରେ ମନ ବଳାଇ ପାରନ୍ତି । ବାଣିଜ୍ୟ କାରବାରୁ ବିଶେଷ ଲାଭବାନ୍ ହେବେ । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ସମୟାନୁବର୍ତ୍ତିତା ହୋଇପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । |
![]() |
ପରିଶ୍ରମ ଯେତେ କଠିନ ହେଉନା କାହିଁକି ନିରଳସ ଭାବେ ତା’ର ସମାଧାନ କରିବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମମାନର ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସରଳ ଓ ନିରାଡାମ୍ୱର ହେବେ । |
![]() |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ଯାନବାହନ ସୁଖ ମିଳିପାରେ । ଯଶସ୍ୱୀ ହେବେ । |
![]() |
ଆକସ୍ମିକ ସମସ୍ୟା ଜୁଟିଲେ ବ ତା’ର ସୁସମାଧାନ କରିବାରେ ସକ୍ଷମ ହେବେ । ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍କର୍ମରେ ମନୋନିବେଶ କରିପାରନ୍ତି । ଧର୍ମ ମାର୍ଗରେ ପରିଚାଳିତ ହେବେ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି । |
![]() |
ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାଶ୍ରୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |