![]() |
ଚାଲୁ ରହିଥିବା କାର୍ଯ୍ୟ ଅଟକି ଯାଇପାରେ । କ୍ଲାନ୍ତି ବୋଧ କରିପାରନ୍ତି । ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଯାନବାହନ ଚଳାଚଳରେ ସତର୍କ ରହିବେ । ଜଳଯାତ୍ରା ମନା । |
![]() |
ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହେବ ଓ କାର୍ଯ୍ୟ ସନ୍ତୋଷଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ । ଅବିବାହିତଙ୍କ ବିବାହସ୍ଥିର ହେବ । |
![]() |
ନିଜ ବୁଦ୍ଧି, ବଳ ଓ କୌଶଳ ପ୍ରୟୋଗରେ କାର୍ଯ୍ୟରେ ସଫଳତା ପାଇବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ରହିବେ । ସୁଖୀ ହେବେ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳମନା ହେବେ । ଆଶା କରି ନ ଥିବା ବେଳେ ହଠାତ୍ କିଛି ଅର୍ଥ ମିଳିପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଧାର୍ମିକ ଓ ତେଜସ୍ୱୀ ହେବେ । ବ୍ୟକ୍ତିତ୍ୱ ବିକଶିତ ହେବ । |
![]() |
ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେବେ । ନିଜର ଭିନ୍ନ ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ । ବୁଦ୍ଧିମାନ୍ ହେବେ । |
![]() |
ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ମେଳାପି ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ । |
![]() |
ଯାତ୍ରା ଶୁଭଦାୟକ ହେବ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ସାମାନ୍ୟ ଅର୍ଥ ମିଳିପାରେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବ୍ୟବସାୟ ଲାଭଜନକ ହେବ । ମିତ୍ରତା ବୃଦ୍ଧି ପାଇପାରେ । |
![]() |
ଆଶାବାଦୀ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ । ଉତ୍ତମ ଭୋଜନ ମିଳିବ । |
![]() |
ବ୍ୟୟାଧିକ ହୋଇପାରେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ସରଳ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳମନା ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । କରିତ୍କର୍ମା ହୋଇପାରନ୍ତି । |
![]() |
ଧନପ୍ରାପ୍ତିର ସୂଚନା ମିଳୁଛି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରଳସ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୌହାର୍ଘ୍ୟ ବୃଦ୍ଧି ହେବ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ସମୟ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ୍ ଓ ସାହସୀ ହେବେ । ସମ୍ପତ୍ତିବାନ୍ ହୋଇପାରନ୍ତି । |