![]() |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ପରୋପକାରୀ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ସେବା ମନୋବୃତ୍ତିର ହୋଇପାରନ୍ତି । କୃଷି ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିବ । |
![]() |
ଗୃହରୁ ଉଙ୍କି ମାରୁଥିବା କଳହର ଅବସାନ ଘଟିବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂ୍ଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ସର୍ବତ୍ର ଶୁଭ ଆଶାକରାଯାଏ । ଗୁଣଜ୍ଞ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । |
![]() |
ଉଚ୍ଚଶିକ୍ଷା ପାଇ ଅଭିଜ୍ଞ ହୋଇପାରନ୍ତି । ଆଶାବାଦୀ ହେବେ । ଦେବଦର୍ଶନର ସୁଯୋଗ ଅଛି । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ଓ ଚଞ୍ଚଳମନା ହେବେ । |
![]() |
କର୍ମକ୍ଷେତ୍ର ଅଗ୍ରଗାମୀ ହେବ । ସୁଖ-ସମ୍ମାନ ଲାଭ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ପାରିବାରିକ ସୁଖ ମିଳିବ । |
![]() |
ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଧର୍ମ-କର୍ମ ସଂପାଦନ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ମିଷ୍ଟଭାଷୀ ଭାବେ ଅନ୍ୟର ମନ କିଣିବାରେ ସକ୍ଷମ ହେବେ । |
![]() |
ବିଭିନ୍ନ ସ୍ତରରୁ ସହାୟତା ସୁଲଭ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଧନ-ଜନ-ଗୋପ-ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ । ବିଳାସ-ବ୍ୟସନ କରିପାରନ୍ତି । ସୌନ୍ଦର୍ଯ୍ୟ ଉପଭୋଗ କରିବେ । ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଜନପ୍ରିୟ ହୋଇପାରନ୍ତି । |
![]() |
ମନ ପ୍ରଫୁଲ୍ଲ ରହିବ । ଶ୍ରମ ସାର୍ଥକ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରୀତି ଭୋଜନ ମିଳିପାରେ । ପ୍ରତିଯୋଗିତାରେ ବିଜୟୀ ହେବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । |
![]() |
ଚାକିରି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଭ୍ରମଣ ଯୋଗ ଅଛି । ଜନୈକା ମହିଳାଙ୍କ ସହାୟତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ ଉପଭୋଗ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । |
![]() |
ନୂତନ ଆୟର ପନ୍ଥା ଆବିଷ୍କାର କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବା ଆଶାକରାଯାଏ । ସ୍ୱାଭିମାନୀ ହେବେ । ମନ ଅଶାନ୍ତ ରହିବ । ଭାଗ ବ୍ୟବସାୟ ଲାଭଜନକ ହେବ । ମିଠା କଥାରେ ଶତ୍ରୁଙ୍କୁ ବଶ କରିପାରନ୍ତି । |
![]() |
ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ସୁଖ ଅନୁଭବ କରିବେ । କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ସହାୟତା କରିବେ । ମନ ପ୍ରସନ୍ନ ରହିବ । କର୍ମ ଚଞ୍ଚଳତା ପ୍ରକାଶ ପାଇବ । ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁକନ୍ୟା ସହ ବିବାହ ସ୍ଥିର ହେବ । |
![]() |
ଭୂମି ଲାଭର ସୂଚନା ମିଳୁଛି । ନିଜ ଉପରେ ଥିବା ଦାୟିତ୍ୱ ସୁରୁଖୁରୁରେ ନିର୍ବାହ କରିପାରନ୍ତି । ପାରିବାରିକ ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଶକ୍ତିମାନ୍ ହେବେ । ଶତ୍ରୁଦମନରେ ସିଦ୍ଧହସ୍ତ ହେବେ । |
![]() |
ନିଜକୁ କଳହମୁକ୍ତ ରଖିବାରେ ସକ୍ଷମ ହେବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପରଚର୍ଚ୍ଚା କରିପାରନ୍ତି । ଅନ୍ୟର ଆଶ୍ରିତ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ । |