![]() |
ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ । ସେବା-ପୂଜାପ୍ରତି ଆଗ୍ରହୀ ହେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ବିଦ୍ୱାନ୍ ଓ ସାହସୀ ହେବେ । |
![]() |
ଶୁଭ ଖବର ମିଳିପାରେ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା । |
![]() |
ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ । |
![]() |
ବନ୍ଧୁମେଳରେ ଦିନଟି ଅତିବାହିତ କରିପାରନ୍ତି । ମନରେ ଅହଂଭାବ ଜାତ ହୋଇପାରେ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । |
![]() |
ଅର୍ଥ ଚିନ୍ତାରେ ଥିବାବେଳେ ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଜୁଆ କିମ୍ବା ଲଟେରୀରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ସୁଶୀଳ ଓ ଆଜ୍ଞାକାରିଣୀ ପତ୍ନୀଙ୍କ ସହାୟତା ପାଇପାରନ୍ତି । |
![]() |
ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତି ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । କୃଷି କର୍ମକାରୀ ହୋଇପାରନ୍ତି । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଯାନ-ବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । |
![]() |
ଆବଶ୍ୟକତା ଅନୁସାରେ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । |
![]() |
ଆର୍ଥିକ ସହାୟତା ମିଳିପାରେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ପତ୍ନୀ ସୋହାଗ ବୃଦ୍ଧି ହେବ । ମିତ୍ର ସୁଖ ଲାଭ କରିବେ । |
![]() |
କେତେକ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଆଉ କେତେକ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବା ବେଳେ ଉତ୍ତମ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ମୋକଦ୍ଦମାରେ ଜିଣି ଅର୍ଥ ପାଇବେ । |
![]() |
ଶରୀର ସୁସ୍ଥ ରହିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ପୀଡ଼ା ଉପୁଜି ପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । |
![]() |
ବ୍ୟବସାୟ ଲାଭଜନକ ହେବ । ଆୟ ଆଶାନୁରୂପ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତ ହେବେ । |
![]() |
ଭ୍ରାତୃ ବିବାଦ ଦୂରେଇ ଯିବ । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରି ଉତ୍ଫୁଲ୍ଲିତ ହେବେ । |