![]() |
ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷୀ ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । ବନ୍ଧୁ ପ୍ରେମୀ ହେବେ । |
![]() |
କେତେକ ଘଟଣାରେ ନିର୍ଭରଶୀଳ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ । ସରଳ ପ୍ରକୃତିଯୁକ୍ତ ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଅଧିକ ବିଦ୍ୟା ଅର୍ଜନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବେ । ଧନାଗମ ସହିତ ମିତ୍ର ସୁଖ ମିଳିବ । |
![]() |
ସୁଖ-ସମ୍ମାନ ଲାଭ କରିବେ । ପାରିବାରିକ କଲ୍ୟାଣ ଓ ବନ୍ଧୁ ଗହଣରୁ ଶୁଭେଚ୍ଛାର ସୁଅ ଛୁଟିବ । ଭଲ ଆୟ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ରହିବେ । |
![]() |
କର୍ମକ୍ଷେତ୍ର ଅଗ୍ରଗାମୀ ହେବ । ପରିଶ୍ରମ ବୃଥା ହୋଇପାରେ । କର୍ମଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । |
![]() |
ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ଅଗ୍ରଗତି ଘଟାଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରଙ୍କ କୃପାପାତ୍ର ହେବେ । ରୋଜଗାରୀ ହେବେ । ଅର୍ଥ ମିଳିବ । |
![]() |
ଶୁଭ କାର୍ଯ୍ୟ ପାଇଁ ଚଳଚଞ୍ଚଳ ରହିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । |
![]() |
ସେବା ଧର୍ମକୁ ଆଦରି ନେଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହେବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ୍ ବ୍ୟକ୍ତିଭାବେ ପରିଚିତ ହେବେ । |
![]() |
ମନ ଦୁର୍ବଳ ରରିଲେ ବି; ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବା ଆଶା କରାଯାଏ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
ନିର୍ଲୋଭୀ ହେବେ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ମନରେ ସାମୟିକ ଭାବେ ଅହଂଭାବ ଉଦ୍ରେକ ହୋଇପାରେ । ଧୈର୍ଯ୍ୟବାନ୍ ହେବା ଆଶା କରାଯାଏ । ପତ୍ନୀଙ୍କ ସହଯୋଗ ଉପାଦେୟ ହେବ । |
![]() |
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଆଶ୍ୱସ୍ତ ହେବେ । |
![]() |
ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ ସଂପାଦନ କରିବେ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ନିର୍ଭୀକ ହେବେ । |
![]() |
ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । |