![]() |
ଆକସ୍ମିକଭାବେ ଧନପ୍ରାପ୍ତ ହେବେ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜିପାରେ । ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି । ରାଜଯୋଗ ପ୍ରାପ୍ତ ହେବେ । |
![]() |
ପଦୋନ୍ନତି ପାଇବା ପାଇଁ ବିଶେଷ ପଦକ୍ଷେପ ନେଇ ପାରନ୍ତି । ଆୟ ବୃଦ୍ଧିର ସମ୍ଭାବନା ଅଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ କୃପା ମିଳିବ । |
![]() |
ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ଚେଷ୍ଟାକରି ଜଞ୍ଜାଳ ଏଡ଼ାଇପାରନ୍ତି । ପରୋପକାରୀ ହେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । |
![]() |
ସମସ୍ୟା ବଢ଼ିବାକୁ ଲାଗିବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସର୍ଦି-କଫରେ ପୀଡିତ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
![]() |
ଅଭାବ ଦୂରେଇ ଯିବ । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତ ଓ ଧର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ ହେବ । ପତ୍ନୀ ସୁଶୀଳା, ମନୋରମା ବ୍ୟକ୍ତିବିଶେଷ ହେବେ । |
![]() |
ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ । ଶତ୍ରୁ ଉପରେ ନଜର ରଖିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ । |
![]() |
କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ସମ୍ମାନକୁ ଜଗି ଚଳିଲେ ସମସ୍ତଙ୍କର ପ୍ରିୟପାତ୍ର ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ସୁଖ ମିଳିବ । |
![]() |
ଯାହା ଭାବୁଛନ୍ତି ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟ କଲେ ସଫଳତା ମିଳିବ । ମନୋବଳ ଦୃଢ଼ ରହିବ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେବେ। ବ୍ୟକ୍ତିତ୍ୱ ବିକଶିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୃଷିକର୍ମକାରୀ ହେବେ । ବୁଦ୍ଧିମାନ ହେବେ । |
![]() |
ପରର ଉପକାର କରିବାକୁ ଯାଇ ନିନ୍ଦିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃତ୍ତିର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ପୀଡ଼ା ଉପୁଜି ପାରେ । |
![]() |
ବ୍ୟବସାୟରେ ଲାଭବାନ୍ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । |
![]() |
ଆପଣଙ୍କୁ ଆବଶ୍ୟକ ସହଯୋଗ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । |