![]() |
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ । ଧନ ଲାଭ ହେବ । ପର ତର୍କରୁ ବିରତ ହେବାକୁ ପଡ଼ିବ । ଚୋର ଭୟ ରହିଛି । |
![]() |
ବନ୍ଧୁଙ୍କ ସହାୟତାରୁ ଲାଭବାନ୍ ହେବେ । ବାଣିଜ୍ୟ କାରବାର ଲାଭଦାୟକ ହେବ । ସେବା ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ । |
![]() |
ଦୁଃସାହସିକ ପଦକ୍ଷେପ ନେଇ ଲେଖନୀ ଚାଳନା କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଭ୍ରାତୃ ଭାବ ଅତୁଟ ରହିବ । ସ୍ଥିତପ୍ରଜ୍ଞ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ଧର୍ମଧ୍ୱଜାଧାରୀ ହେବେ । |
![]() |
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମ ଲାଭଦାୟକ ହେବ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । |
![]() |
ସଂଗଠନର ନେତୃତ୍ୱ ନେବାର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । କଥା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ । |
![]() |
ବିଭିନ୍ନ ସ୍ତରରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସୁଖ-ସନ୍ତୋଷ ଲାଭ କରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ୱାଦୁ ଭୋଜନ ମିଳିବ । ବ୍ୟାବସାୟିକ ଚିନ୍ତାଧାରା ଉନ୍ନତ ହେବ । |
![]() |
ଯାତ୍ରା ଶୁଭଦାୟକ ହେବ । ଚଞ୍ଚଳ ସ୍ୱଭାବର ହେବେ । ସାଧନାର ପ୍ରଥମ ସୋପାନ ସ୍ୱରୂପ କିଛି ସମୟ ପାଇଁ ଏକାନ୍ତବାସ କରିପାରନ୍ତି । ମଧୁର କଥାରେ କାର୍ଯ୍ୟ ହାସଲ କରି ଲୋକପ୍ରିୟ ହେବେ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତି ହେବ । ତନ୍ତ୍ର-ମନ୍ତ୍ରାଦି ବିଦ୍ୟା ପ୍ରତି ରୁଚି ରହିବ । |
![]() |
ଶ୍ରମ ସାର୍ଥକ ହେବ । କୁଳଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ । |
![]() |
ଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଭୋଗୀ ଓ ବିଳାସୀ ହେବେ । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |