![]() |
ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ । ସେବାରେ ନିୟୋଜିତ ହୋଇପାରନ୍ତି । ପୂଜା ପଦ୍ଧତିରେ ସମୟ ଦେବେ । ପରାମର୍ଶଦାତା ହେବେ । ଧର୍ମ କ୍ରିୟାରତ ହେବେ । ନିଜ ବଳାର୍ଜିତ ସମ୍ପତ୍ତି ଭୋଗ କରିବେ । |
![]() |
କୃର୍ତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ହୋଇପାରନ୍ତି । ଦେବଦ୍ୱିଜ ଭକ୍ତ ହେବେ । ମନୋଜ୍ଞ ହେବେ । ସକଳ ଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତା ହେବେ । ଶତ୍ରୁଭାବ ବୃଦ୍ଧ ହୋଇପାରେ; ମାତ୍ର ଅନିଷ୍ଟ ହେବା ଅସମ୍ଭବ । |
![]() |
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ପାଇଁ ଯାତ୍ରା ଅନୁକୂଳ ରହିଛି । ବନ୍ଧୁ ମିଳନର ସୁଯୋଗ ଅଛି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ବିନୀତ ସ୍ୱଭାବର ହେବେ । ସ୍ତ୍ରୀଧନ ହେତୁ ସୁଖୀ ହେବେ । |
![]() |
ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପରୋପକାରୀ ହେବେ । ଧର୍ମ ଭାବନାରୁ ଶାନ୍ତି ମିଳିବ । ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ । ବହୁଧନ ପ୍ରାପ୍ତ ହେବେ । ପୁନର୍ବସୁ ଓ ଅଶ୍ଳେଷାର ପୈତୃକ ସମ୍ପତ୍ତି ପାଇଁ ବିବାଦ ଲାଗି ରହିବ । |
![]() |
ମଘା ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୁଖ-ସମ୍ମାନ ଲାଭ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ପୂର୍ବା ଫାଲ୍ଗୁନୀର ସ୍ୱଳ୍ପ ଲାଭ ହେବ । |
![]() |
ଉତ୍ତରାଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଗୃହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିପାରେ । ଚିତ୍ରାନକ୍ଷତ୍ରରେ ସାମାନ୍ୟ ଶୁଭ । |
![]() |
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ସବଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ । |
![]() |
ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କର କର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଉନ୍ନତି ପଥରେ ଆଗକୁ ବଢ଼ି ପାରନ୍ତି । ତ୍ୟାଗଶୀଳ ଓ ନୀତଜ୍ଞ ହେବେ । ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ । ଭାଗ୍ୟବାନ୍ ହେବେ । |
![]() |
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ଲାଭ ହେବ । ଉତ୍ତମ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ଦ୍ୱାରା କାର୍ଯ୍ୟ ହାସଲ କରିବେ । ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ଉତ୍ତରାଷାଢ଼ା ଓ ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ବିତାଇ ପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚ ପରିମାଣ ଆୟ ଠାରୁ ଅଧିକ ହେବ । ପୂର୍ବାଷାଢ଼ା ନକ୍ଷତ୍ର ଜାତଙ୍କର ସାମାନ୍ୟ ଶୁଭ । |
![]() |
ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ପରିସ୍ଥିତି ପ୍ରତି ସଜାଗ ରହିଲେ ବିପଦ ଦୂରେଇ ଯିବ । ଆୟ ଯଥେଷ୍ଟ ପରିମାଣର ହେବ । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ପୂର୍ବ ଭାଦ୍ର ଓ ଧନିଷ୍ଠାର ସାମାନ୍ୟ ଫଳ । |
![]() |
ଉତ୍ତର ଭାଦ୍ରପଦ ନକ୍ଷତ୍ରର କାର୍ଯ୍ୟ କରିବା ପୂର୍ବରୁ ବିଚାର-ଆଲୋଚନା କରି ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ପୂର୍ବାଭାଦ୍ର ପଦ ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ । |