![]() |
ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତି ଶତ୍ରୁର ଆହ୍ୱାନରେ କ୍ରୋଧିତ ହେବେ । ଓ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଦିନଟି ଶୁଭଙ୍କର । ଋଣ ପରିଶୋଧ କରିପାରନ୍ତି । ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ରର ପ୍ରାୟ ସମଫଳ । |
![]() |
ରୋହଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟ ତୃପ୍ତିଦାୟକ ହେବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୃତ୍ତିକା ଓ ମୃଗଶିରାର ସାମାନ୍ୟ ଶୁଭ । |
![]() |
ଆଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ପରୋପକାରୀ ହେବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଧନ ଲାଭ ହେବ । ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ଭୁଲ ବୁଝାମଣାର ବଶବର୍ତ୍ତୀ ହେବେ । |
![]() |
ଅଶ୍ଳେଷା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରିପାରନ୍ତି । ଠାକୁର ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ପାଇବେ । ପୁଷ୍ୟା ନକ୍ଷତ୍ରର ଅଶାନ୍ତି ହ୍ରାସ ହେବ । |
![]() |
ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନାଗମ ହେବ । ଶିଳ୍ପୋଦ୍ୟୋଗୀ ହେବେ । ଧାର୍ମିକ ହେବେ । ଚଞ୍ଚଳ ଚେଷ୍ଟିତ ହେବ । ନୀତିନିଷ୍ଠ ହୋଇପାରନ୍ତି । ଉତ୍ତରା ଫାଲଗୁନୀ ଓ ମଘା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପାଇବେ । |
![]() |
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ଭକ୍ତିଭାବରେ, ଭଗବତ୍ ପ୍ରାପ୍ତ ହେବେ । ସୁଖ ସମ୍ମାନ ଲାଭ କରିପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଅଧିକ ରୋଜଗାରକ୍ଷମ ହୋଇପାରନ୍ତି । ସ୍ୱାସ୍ଥ୍ୟବାନ୍ ହେବେ । ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଶାନ୍ତ ଓ ନିପୁଣ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ସତ୍କର୍ମରେ ନିୟୋଜିତ ହେବେ । ଧାର୍ମିକ ପ୍ରବର ହୋଇପାରନ୍ତି । ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧର୍ମ ମାର୍ଗରେ ବ୍ୟୟ କରିବେ । |
![]() |
ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସୁଯୋଗର ଉପଯୋଗ କରିବେ । ମୂଲ୍ୟବାନ୍ ଦ୍ରବ୍ୟଲାଭ ହେବ । ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିୟୋଜିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅନୁରାଧା ନକ୍ଷତ୍ର ବ୍ୟକ୍ତି ସମଫଳ ପାଇ ପାରନ୍ତି । |
![]() |
ପୂର୍ବାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ମୂଳ ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ । |
![]() |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ସତ୍ସଙ୍ଗୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ପ୍ରବଳ ପ୍ରତାପୀ ହୋଇପାରନ୍ତି । ଧନିଷ୍ଠା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ । |
![]() |
ଶତଭିକ୍ଷା ଓ ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ମନସ୍କାମନା ପୂର୍ଣ୍ଣ ହେବ । ବହୁଧନର ଅଧିକାରୀ ହୋଇପାରନ୍ତି । ସୁଖୀ ହେବେ । ନିଜ ସାମର୍ଥ୍ୟର ଉଦାହରଣ ପ୍ରତିପାଦନ କରିପରନ୍ତି । ବିଭାଗୀୟ ଅର୍ଥ ମିଳିପାରେ । ଧନିଷ୍ଠା ନକ୍ଷତ୍ରର ସତର୍କତାର ଦିନ । |
![]() |
ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିବେ । ସୁଖକର ଘଟଣା ମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ଉତ୍ତରା ଭାଦ୍ରପଦର ସାମାନ୍ୟ ଫଳ । |