![]() |
ପ୍ରୀତି ଲାଭର ସୁଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ଭାବେ ଲୋକାଦୃତ ହେବେ । ସାମୟିକ ଭାବେ ମନରେ ଗର୍ବଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । |
![]() |
ଚେଷ୍ଟା ଫଳବତୀ ହେବ । କ୍ରୋଧିତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ଥିବାରୁ ଅସହାୟ ଅବସ୍ଥା ସୁଧୁରି ଯିବ । ଶତ୍ରୁକୁ ନିପାତ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । |
![]() |
କାର୍ଯ୍ୟ ହାସଲ କରିବେ; ମାତ୍ର ଏଥି ପାଇଁ ବହୁ କଷ୍ଟର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳମନା ହେବେ । ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । |
![]() |
ଉଦାର ସ୍ୱଭାବ ଯୋଗୁଁ କିଛିଦ୍ରବ୍ୟ ନଷ୍ଟ ହୋଇପାରେ । ଦାନଶୀଳ ହେବା ଆଶା କରାଯାଏ । ସୁଖୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହୋଇପାରନ୍ତି । ବୁଦ୍ଧିମାନ ହେବେ । |
![]() |
ଦିନଟି ସମସ୍ୟାବହୁଳ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ । ପ୍ରେମୀ ଓ ସାହସୀ ହେବେ । |
![]() |
ଭାଗ୍ୟଶାଳୀ ହେବେ । ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ସପତ୍ନୀକ ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ । ମିତ୍ର ସୁଖ ପାଇ ଉତ୍ଫୁଲ୍ଲିତ ହେବେ । ବ୍ୟସ୍ତତାରେ ସୁଧାର ଆସିବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମାଲି ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ । |
![]() |
ହିତକର କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳମନା ଓ ଏକାନ୍ତ ପ୍ରିୟ ହେବେ । ଚକ୍ଷୁଯନ୍ତ୍ରଣା ଭୋଗ କରିପାରନ୍ତି । ମଧୁରଭାଷାରେ ପରକୁ ଆପଣାର କରିବେ । |
![]() |
ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ । ଆଦରସମ୍ମାନ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳମନା ହେବେ । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଦ୍ରବ୍ୟଲାଭ ହେବ । |
![]() |
ସୁଯୋଗ ପାଇ ଆଗକୁ ମାଡ଼ି ଚାଲିବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । |
![]() |
ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରିପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଅଛି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । |
![]() |
ସତର୍କତାର ଦିନ ଆଜି ସୁଖ-ସମ୍ମାନ ଲାଭ କରିପାରନ୍ତି । ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ନ କରିବା ଭଲ । |