![]() |
ଆର୍ଥିକ ସ୍ଥିତରେ ଅଭିବୃଦ୍ଧି ଘଟିବ । ବାଣିଜ୍ୟ କାରବାର ତ୍ୱରାନ୍ୱିତ ହେବ । ବନ୍ଧୁ ଦର୍ଶନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଜ୍ଞାନ ଗରିମାଯୁକ୍ତ ହେବେ । ବାକ୍ପଟୁ ହୋଇପାରନ୍ତି । |
![]() |
ପରୋପକାରୀ ହେବେ । ବନ୍ଧୁ ସହଯୋଗ ପାଇବେ । ସମ୍ମାନିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ । ଶ୍ରେଷ୍ଠ ମାନ୍ୟତା ମିଳିବ । ଶତ୍ରୁ ବିଜୟୀ ହେବେ । କାର୍ଯ୍ୟରେ ସଫଳତା ମିଳିବ । |
![]() |
କର୍ମତତ୍ପର ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳିଛି । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । |
![]() |
ପୂଜ୍ୟ-ପୂଜାରେ ମନୋନିବେଶ କରିପାରନ୍ତି । ସେବା ମନୋଭାବର ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ପରଚର୍ଚ୍ଚାରୁ ବିରତ ହେଲେ ଲୋକାଦୃତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । |
![]() |
ମନ ଫୁର୍ତ୍ତି ରହିବ । ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ । କାର୍ଯ୍ୟଭାରରେ ବିବ୍ରତ ହୋଇପାରନ୍ତି । ବୈଦିକ ମତକୁ ଉଲ୍ଲଘଂନ କଲେ ଅସୁବିଧାରେ ପଡ଼ିପାରନ୍ତି । |
![]() |
ଲୋକ ସଂପର୍କ ବୃଦ୍ଧି ପାଇବ । ସତ୍ସଙ୍ଗୀ ହେବେ । ସତ୍କର୍ମରେ ଆତ୍ମସନ୍ତୋଷ ଲାଭ କରିବେ । ଭାଗ୍ୟବାନ୍ ହେବେ । ଅସାଧୁ ଲୋକଙ୍କୁ ପରିତ୍ୟାଗ କରିବେ । ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । |
![]() |
ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ । ବହୁସୁଖର ଅଧିକାରୀ ହେବେ । ମନରେ ଗର୍ବଭାବ ବହନ କରିବେ । ସାଧୁ ସେବାରେ ବ୍ରତୀ ହୋଇ ଆଶୀର୍ବାଦ ଲାଭ କରିବେ । |
![]() |
ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅପୂର୍ବ ସଫଳତା ପ୍ରାପ୍ତ ହେବେ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ବ୍ୟବସାୟ ଲାଭଜନକ ହେବ । ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି । ଜନ ସଂପର୍କ ବୃଦ୍ଧି ହେବ । ପ୍ରତିକ୍ଷେତ୍ରରେ ବିଜୟୀ ହେବେ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ଅଧିକ ସଫଳତା ପାଇବେ । ଭାଗ୍ୟୋନ୍ନତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ଶୁଭଫଳଦାୟକ ହେବ । କୃଷକିର୍ମରେ ଦକ୍ଷତା ପ୍ରତିପାଦନ କରିବେ । ବିଜୟୀ ହେବେ । |
![]() |
ଶ୍ରମ ସାର୍ଥକ ହେବ । ଅଧିକ ଦାୟିତ୍ୱ ବହନ କରି ସୁପରିଚାଳନା କରିପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଧନାଗମ ହେବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସନ୍ମାର୍ଗୀ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରି ଆଶ୍ୱସ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥାଭାବ ଦେଖାଦେଇପାରେ । |
![]() |
ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଦେବ-ବ୍ରାହ୍ମଣ ସେବା ଯତ୍ନରେ ଖର୍ଚ୍ଚ ପରିମାଣ ବୃଦ୍ଧି କରି ସନ୍ତୁଷ୍ଟ ହେବେ । ଜଣେ ଭାଷାବିତ୍ ଭାବେ, ପ୍ରତିଷ୍ଠା ଲାଭ କରିପାରନ୍ତି । |