![]() |
ବିଭିନ୍ନ ଉପାୟରେ ଆୟ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ । |
![]() |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ । ଧର୍ମାତ୍ମା, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଯାନବାହନ ସୁଖ ମିଳିବ । ପତିପତ୍ନୀ ଉଭୟ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । |
![]() |
ମିତ୍ରମାନଙ୍କ ଗହଣରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀ ସୁଖଦାୟିନ ହେବେ । |
![]() |
ସ୍ନେହୀ ଭାଇମାନଙ୍କର ସହାୟତା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ । |
![]() |
ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟାରେ ଆଗ୍ରହୀ ହେବେ । ବ୍ୟବସାୟାଦି ସୂତ୍ରରୁ ଧନଲାଭ ହେବ । |
![]() |
ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଆଦର୍ଶ ବ୍ୟକ୍ତିତ୍ୱଯୁକ୍ତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଦଳ ପ୍ରତି ଆଦର ଓ ସମ୍ମାନ ବଢିବ । ଯାନବାହନ ସୁଖ ମିଳିବ । |
![]() |
ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଶ୍ରୁତି ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । |
![]() |
କୌଣସି କାରଣରୁ ମନରେ ଦ୍ୱିଧାଭାବ ଜାତ ହୋଇପାରେ । ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କଠାରୁ ସହାୟତା ମିଳିବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଠାନ୍ନଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ଊଣା ହେବ ନାହିଁ । ଐଶ୍ୱର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନ ଲାଭ ହେବ । |
![]() |
କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି । ମଧୁର କଥା କହି ଶତ୍ରୁକୁ ବଶ କରିବାରେ ସକ୍ଷମ ହେବେ । ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅଧିକ ବ୍ୟୟ ହେବ । |