![]() | ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକୁ ପୁଣି ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକୁ ସମ୍ମାନ ଦେଇ କାମରେ ଲଗାଇ ପାରନ୍ତି। ଦକ୍ଷତାର ସହ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବାରେ ସମର୍ଥ ହେବେ । ଅଫିସରେ ଜଣେ ବନ୍ଧୁଙ୍କ ଅବୁଝା କଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । |
![]() | ଦୃଢ ମନୋବଳ ନେଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ଏବଂ ପୂର୍ଣ୍ଣ ସଫଳତା ପାଇବେ। ମୃଗଶିରା ନକ୍ଷତ୍ର ପ୍ରତିଯୋଗିତା, ପ୍ରତିଦ୍ବନ୍ଦିତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍ ଭଲରେ ଚାଲିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ ଆଶଙ୍କା ଦୂର ହେବ । |
![]() | ଆଜି କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ପ୍ରାପ୍ତି ।ସଙ୍ଗକୁ ଉପହାର କିମ୍ବା ଉପଢ଼ୌକନ ପାଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ । ମନ ଭୁଲାଣିଆ କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଆଶା ରହିଛି। |
![]() | କୌଣସି ଦ୍ବନ୍ଦାତ୍ମକ ଆଲୋଚନା କର୍ମକ୍ଷେତ୍ରର ଆଶାକୁ ନୈରାଶ୍ୟଜନକ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବତା ହେତୁ ନିର୍ଦ୍ଦିଷ୍ଟ ସମୟରେ କରିବାକୁଥିବା କାମ ବିଗିଡ଼ି ଯାଇପାରେ। ସ୍ବାଭିମାନୀ ହେବା ମାନସିକ ଅଶାନ୍ତିର କାରଣ ହେବ। ପୁନର୍ବସୁ ନକ୍ଷତ୍ରର ବିବାଦର ସମାଧାନ ଓ ନୂତନ କାମରେ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ। |
![]() | ବନ୍ଧୁଙ୍କ ସହୃଦୟତା ସ୍ଥଗିତ କାମକୁ ତ୍ବରାନ୍ବିତ କରିବାରେ ସାହାଯ୍ୟ କରିବ। ସହାନୂଭୂତିପୂଣ୍ଣତ ଚିନ୍ତାଧାରା ପାରିବାରିକ ଜୀବନକୁ ସରସ ଓ ସୁନ୍ଦର କରିବ। ଅପରାହ୍ନେ କୌଣସି ମାଙ୍ଗଳିକ କାର୍ଯ୍ୟ ସକାଶେ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ବିସ୍ମରଣଜନିତ କେତେକ ବ୍ୟତିକ୍ରମ ଯାତ୍ରା ସମୟରେ ଅନୁଭବ କରିବେ। |
![]() | ମାନସିକ ଅସ୍ଥିରତା ହେତୁ କୌଣସି ଠିକ୍ ନିଷ୍ପତ୍ତି ନେଇ ନ ପାରି ଦ୍ବନ୍ଦରେ ପଡ଼ିବେ। ଯେତେ ଭଲ କାମ କଲେ ମଧ୍ଯ ଧନହାନି କାରଣରୁ ମନ ଅଶାନ୍ତ ରହିବ। ଭଲ ପଢ଼ୁ ନ ଥିବା ଲୋକଙ୍କ ଗୁଜବ ମନକୁ ଚହଲାଇ ଦେଇପାରେ ।ଅବଶ୍ୟ ଉତ୍ତରାଫାଲଗୁନୀ ନକ୍ଷତ୍ର ଲକ୍ଷ୍ୟ ପୂରଣ ସାଙ୍ଗକୁ ସାହାଯ୍ୟ, ସହଯୋଗ ଓ ସମ୍ମାନ ପାଇ ଆନନ୍ଦିତ ହେବେ | |
![]() | ଆଜି ଆର୍ଥିକ ଉନ୍ନତି, ପ୍ରତିଦନ୍ଦିତାରେ ବିଜୟ, ନୂତନ ବନ୍ଧୁ ସମ୍ପର୍କ ଓ ସହମତିର କାର୍ଯ୍ୟଧାରା ସକାଶେ ସାହାଯ୍ୟ କରିବ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ ସ୍ବାତୀ ନକ୍ଷତ୍ର ସକାଶେ ଧର୍ମକାର୍ଯ୍ୟ ପାଇଁ ସତ୍ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣଜନିତ ବିରକ୍ତି ଅନୁଭବରେ ଆସିବ। |
![]() | ଦୀର୍ଘଦିନର ସମସ୍ୟା ସହଜରେ ସମାଧାନ ହେବାରୁ ଖୁସି ହୋଇପାରନ୍ତି। କଳା, ସାହିତ୍ଯ, ସାମ୍ବାଦିକତା, ପ୍ରଶାସନ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ଅନୁରାଧା ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନ୍ସନ ବଢ଼ିପାରେ। ସତ୍ୟ, ସଚ୍ଚୋଟ ଓ ନିର୍ଭୀକ ବିଚାରଧାରା ଶତୁତା ସୃଷ୍ଟିକଲେ ମଧ୍ଯ ପ୍ରଶଂସିତ ହେବେ । |
![]() | ହଠାତ୍ ରାଗି କିଛି ଅଶୋଭନୀୟ କାଣ୍ଡ ଘଟାଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ରାଶିଗୁଣାନୁସାରେ ଧନୁ ପରି ବଙ୍କାକଥାକୁ ସହି ନ ପାରି ଅସନ୍ତୁଷ୍ଟ ରହିବେ ।ଅବଶ୍ୟ ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅଭାବ ରହିବନି ଏବଂ ଶିଳ୍ପ ବାଣିଜ୍ୟ,ବ୍ୟବସାୟରେ ମଧ୍ଯ ଉନ୍ନତି କରିବେ। |
![]() | କର୍ମକ୍ଷେତ୍ରରେ ଅଥବା ଆନୁଷ୍ଠାନିକ କାମରେ ସହଭାଗିତା ହୋଇ ପ୍ରଶଂସିତ ହୋଇପାରନ୍ତି। ଜମିଜମା,ନିର୍ମାଣ, ଗବେଷଣା, ଯାତ୍ରା କ୍ଷେତ୍ରରେ ଉନ୍ନତ ଫଳପାଇବେ। ପାରିବାରିକ ସମସ୍ୟା ପ୍ରତିହତ କରିବାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ସେଥିପାଇଁ ପାଖ ମାଡ଼ିବେ ନାହିଁ। |
![]() | ଆଜି କେତେକ ସାଧାରଣ ଅସୁବିଧାକୁ ବାଦ୍ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଗତକାଲିର ସ୍ଥଗିତ ଆଶା ପୂରଣ ହୋଇଯିବ, ଅର୍ଥ ପାଇ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବେ। ଅପରିହାର୍ଯ୍ୟ ଆବଶ୍ୟକତାକୁ ନେଇ ନୂତନ ଜିନିଷ କ୍ରୟ ପାଇଁ ମନ ବଳିବ। ପୂର୍ବଭାଦ୍ରବ ନକ୍ଷତ୍ର ପରିଚାଳନାଗତ ସମସ୍ୟାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। |
![]() | କୌଣସି ବନ୍ଧୁକ ପ୍ରତୀକ୍ଷା କରି ଆଖିରୁ ପାଣି ମରିଯିବ ସିନା ଦେଖା ପାଇବେ ନାହିଁ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ ତଥାପି ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବିବାଦୀୟ ଘଟଣା ଟିକିଏ ଜଟିଳଆଡ଼କୁ ଗତି କରିବାର ଆଶଙ୍କା ରହିଛି। ସଞ୍ଚିତ ଅର୍ଥଅନ୍ୟ ଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି। |