![]() | ଆଜି ବନ୍ଧୁଙ୍କ ଆଦର, ସେହ୍ନ, ସଦିଛା ଦୁଃଖ ଦୂର କରିଦେବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ଵରାନ୍ବିତ କରିବା ନିଷ୍ପତି ନେବେ ଆର୍ଥିକ ସ୍ଵଚ୍ଛଳତା ଫେରିପାଇବେ ସତ, ମାତ୍ର ଶନିଙ୍କ କ୍ରୁର ଦୃଷ୍ଟିରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ। |
![]() | ଶାରୀରିକ ସୁସ୍ଥତା ରହିଲେ ମଧ୍ଯ କର୍ମଜଞ୍ଜାଳ ଦିନଟିକୁ ବ୍ୟସ୍ତତା ମଧ୍ଯରେ ଅତିବାହିତ କରାଇବ। ଆଜି ଦିନଟିରେ ବହୁତଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତ ହୋଇପାରନ୍ତି। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍ ଦୂର ହେବ। ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ | |
![]() | ଆଜି ଆର୍ଥିକ, ସାମାଜିକ ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭଙ୍କର ହେବ। ମଧୁର ବ୍ୟବହାର, ସୌଜନ୍ୟ ଓ ସୌହାର୍ଦ୍ୟତା ଦ୍ବାରା ବ୍ୟକ୍ତିତ୍ଵର ପରିପ୍ରକାଶ ଘଟିବ। ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତ ହୋଇପଡ଼ିବେ। ପାରିବାରିକ ସ୍ତରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । |
![]() | ଆଜି ଉନ୍ନତ ଚିନ୍ତା, ସୁପରିକଳ୍ପତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର୍ଯ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଆକର୍ଷଣୀୟ ଭାବମୂର୍ତ୍ତି ପଦସ୍ଥ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀମାନଙ୍କ ଦ୍ବାରା ଆଦ୍ଦୂତି ଲାଭ କରିବ। |
![]() | କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନ ନେଇ ପଛେଇ ରହିବେ। ଅତୀତର କେତେକ ଅଶାନ୍ତ ଭାବନା ମନକୁ ଅସ୍ଥିର କରି ରଖିପାରେ । ଅବଶ୍ୟ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଚିହ୍ନା ପଡ଼ିବାକୁ ପସନ୍ଦ କରିବେ ନାହିଁ। କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ଯ ସାଧାରଣ ଝଟକାରୁ ବାଦ୍ ପଡ଼ିବ ନାହିଁ। |
![]() | କର୍ମକ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ବନ୍ଦ୍ବରେ ପଡ଼ି ପାରନ୍ତି। ମିତବ୍ୟୟିତା ଗୁଣ ଅବଲମ୍ବନ କରି ଅନାବଶ୍ୟକ ଜିନିଷଠାରୁ ଦୂରେଇ ରହିବାକୁ ପସନ୍ଦ କରିବେ। ପାରିବାରିକ ସ୍ଥିତି ଭଲ ନ ରହିଲେ ମଧ୍ଯ ଗୁରୁତର ଆକାର ଧାରଣ କରିବ ନାହିଁ। ସମ୍ପର୍କୀୟମାନେ ପଛରେ ଶ୍ରୁତିକଟୁ କଥା କହିପାରନ୍ତି। |
![]() | ଦୀର୍ଘ ଦିନରୁ ରହିଥିବା ରୋଗର ପ୍ରାଦୁର୍ଭାବ ଆଜି ଦେଖିବାକୁ ମିଳିପାରେ। କିଛି ଦେବା ପାଇଁ ପ୍ରତିଶୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ବିଭିନ୍ନ ଆଳ ଦେଖାଇ ଦୂରେଇ ରହିବ। ଅନ୍ୟଦ୍ବାରା ପ୍ରଭାବିତ ହୋଇ ଉପରିସ୍ଥ ଅଫିସର ଭୁଲ୍ ବୁଝିପାରନ୍ତି। ବାଣିଜ୍ୟ,ପରିବହନରେ ବିଭିନ୍ନ ପ୍ରତିବନ୍ଧକ ଦେଖାଦେଇପାରେ । |
![]() | ପରିବାରର ବ୍ୟତିକ୍ରମକୁ ସୁଧାରି ନେବାରେ ସଫଳା ହେବା ଦୁରୂହ ହୋଇପଡ଼ିବ। ମନର ଦୁଃଖକୁ ମନା ଭିତରେ ଲୁଚାଇ କାର୍ଯ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ।ମାନସିକ ସନ୍ତୁଳନ ହରାଇବା କାରଣରୁ ଦିନଟି ବିଶେଷ ଉପଭୋଗ୍ୟ ନ ହୋଇପାରେ। କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡ଼ିପାରନ୍ତି। |
![]() | ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ସନ୍ଦେହ, ଅବିଶ୍ବାସ ଓ ଭୁଲ୍ ବୁଝାମଣା ହେତୂକ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ନ ରହିପାରେ। କିନ୍ତୁ ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଭନ୍ନତମାନର ଫଳ ମିଳିବ | |
![]() | ଆଜିର ପ୍ରତ୍ୟୁଷ ଯାତ୍ରା, କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ଭଲ ରହିବ। କର୍ମ କ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ଓ ସୁଯୋଗ ପାଇପାରିବେ। ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କରଣ ହୋଇପାରେ। ବକେୟା ଅର୍ଥକୁ ଯୁକ୍ତିତର୍କ ମାଧ୍ଯମରେ ଆଦାୟ କରିବାରେ ସକ୍ଷମ ହେବେ। |
![]() | ପ୍ରତ୍ୟେକ କାମ ମନ୍ଥର ଗତିରେ ହେଉଥୁବାରୁ ସାମାନ୍ୟ ବିରକ୍ତ ହେବେ। ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ରହି ପ୍ରୀତିପ୍ରଦ ହେବ। ଦୀର୍ଘ ଦିନରୁ ଚିନ୍ତା କରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟ କରିବାର ସୁଯୋଗ ଜ଼ଟିବ। ଶିଳ୍ପ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। |
![]() | ଆପଣଙ୍କ ବାସ୍ତବବାଦୀ ଚିନ୍ତାଧାରା ଓ ରୋକ୍ଠୋକ୍ କଥାକୁ ବିଜ୍ଞ ବ୍ୟକ୍ତିଙ୍କ ଗ୍ରହଣୀୟ ହେବ। ଅନ୍ୟଦ୍ବାରା ପ୍ରଭାବିତ ହୋଇ କୌଣସି ମିଥ୍ୟାବାଦିନୀ ଦୋଷାରୋପ ଲଗାଇପାରନ୍ତି । ସଭାସମିତିରେ ସହମତି ମାଧ୍ଯମରେ କାମ କରିପାରିବାରେ ଅସୁବିଧା ରହିବ ନାହିଁ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି । |