![]() | ଆଜି ଏକାଦଶସ୍ଥ ତିନୋଟି ଗ୍ରହଯୋଗର ସୁପ୍ରଭାବରେ ଆପଣଙ୍କୁ ଆଦୈ କଳ୍ପନା କରି ନଥିବା କୌଣସି ମର୍ଯ୍ୟାଦାଜନକ ସ୍ଥିତିକୁ ନେଇଯାଇପାରେ। ସାମାଜିକ ଓ” ଜୀବନ ଉନ୍ନତତର ରହିବ। ଅର୍ଥନୈତିକ ଅଭିବୃଦ୍ଧି କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତାର ଦ୍ୟୋତକ ସାଜିପାରେ। ଈର୍ଷାପରାୟଣ ଆତ୍ମୀୟସ୍ଵଜନ ଦୂରେଇ ଯାଇପାରନ୍ତି |
![]() | ପାପଗ୍ରହଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ମାନସିକ ସ୍ଥିତି ସାମାନ୍ୟ ବ୍ୟତିକ୍ରମ ମଧ୍ଯରେ ଥାଇ ସୁଦ୍ଧା କର୍ମକ୍ଷେତ୍ରରେ ଅପ୍ରତିଦ୍ବନ୍ଦ୍ବୀ ରହିବେ। ଅସମ୍ପୂର୍ଣ୍ଣ କାମ ପୁର୍ଣ୍ଣାଙ୍ଗ କରିବାରେ ଯତ୍ପରୋନାସ୍ତି ଚେଷ୍ଟା କରିପାରନ୍ତି। ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ନିଜ ପରିସରରେ ଘଟିଯାଉଥିବା ସମ୍ପର୍କବିହୀନ ବ୍ୟକ୍ତିମାନଙ୍କ ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ। |
![]() | ଚନ୍ଦ୍ର ସ୍ବ ଭାବରୁ ଅଷ୍ଟମସ୍ଥ ହେତୁ ଆର୍ଥିକ ଅନଟନର ସମ୍ମୁଖୀନ ହେବେ। ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ। ପାରିବାରିକ,ଲୋକ ସମ୍ପର୍କ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅନିୟମିତ ଆହାର ଯୋଗୁ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । |
![]() | ପରିସ୍ଥିତି ବଦଳି ଯିବାର ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ। ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ। ଚେଷ୍ଟାସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। |
![]() | ସମ୍ପର୍କୀୟମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ରଚନାତ୍ମକ କାର୍ଯ୍ୟ ତଥା ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ। ଅସଂଯତ କାର୍ଯ୍ୟକଳାପଜନିତ ଅଭିଯୋଗ ଦ୍ବାରା ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ପରିବର୍ଭନ ଦେଖାଯିବ ନାହିଁ। |
![]() | ଆଜି ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନର ଉତ୍ସାହିତ ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଯେଉଁ କାମ ପାଇଁ ଚିନ୍ତିତ, ସେଥି ସକାଶେ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ସମ୍ପନ୍ନ ହେବ। ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । |
![]() | ଏକ ଭିନ୍ନ ପରିବେଶରେ କୌଣସି ବ୍ୟକ୍ତିଙ୍କ ସହ ମିତ୍ର ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା ମନ୍ତର ହୋଇପାରେ ଯାହା କୁ ନେଇ ଅନୁଶୋଚନା କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁ ସ୍ଥଗିତ କାମ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ।ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଳାଇବେ। |
![]() | ଆପଣଙ୍କ ଭୁଲ୍ ନିଷ୍ପତ୍ତି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ଯାହା ହୋଇ ପାରିନାହିଁ,ସେଥିପାଇଁ ଚିନ୍ତା ନ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହେବେ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ସତ୍ୟର ପରିପନ୍ଥୀ ହେତୁ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ। କିନ୍ତୁ ଅନ୍ୟ ଦିଗରୁ ଉପକୃତ ହେବେ। |
![]() | ଆଜି ଦିନଟିରେ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ। ଅର୍ଥନୈତିକ ଅଭିବୃଦ୍ଧି କାରଣରୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ଯରେ ସମୟ ଅତିବାହିତ ହେବ। ଆଲୋଚନା ପରିସରରେ ବନ୍ଧୁଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ଯ ହେବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। |
![]() | କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ଯ ଲାଭ କରି କାମ ହାସଲର ରାସ୍ତା ଉନ୍ମୁକ୍ତ କରିପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ନିଜର ବଳିଷ୍ଠ ବ୍ୟକ୍ତିତ୍ବ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ। |
![]() | ଦୁରଦର୍ଶିତା ଗୁଣ ହେତୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଆଡଜଷ୍ଟ କରାଇ ନେବାରେ ଅସୁବିଧା ରହିବ ନାହିଁ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ବିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ। |
![]() | କୌଣସି କାମ ସକାଶେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ସାଙ୍ଗରେ ନେବା ଜିନିଷକୁ ଭୁଲି ଯାଇପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ ମଧ୍ଯ ଆପଣଙ୍କ ପ୍ରତିଷ୍ଠା ନ୍ୟୂନ ହେବ ନାହିଁ। ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡିବ ନାହିଁ | |