 | ଆଜି ଭଚ୍ଚ ରାଶିରେ ଚନ୍ଦ୍ର ଥିବାରୁ ପରିବାର ଲୋକଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାମିତିରେ ନିଜର ସୀମା ଭିତରେ ନ ରହିଲେ ସାଧାରଣ କଥାରେ ସମସ୍ୟା ଆସିପାରେ । ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ଵରାନ୍ବିତ କରିବେ। ଆର୍ଥିକ ସ୍ଵଚ୍ଛଳତା ଫେରି ପାଇବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। |
 | କେନ୍ଦ୍ରସ୍ଥ ଶୁକ୍ରଜନିତ ବିଭିନ୍ନ ଦିଗରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ଦୂର ହେବ। କଚେରି ମାମଲାର ଶୁଣାଣିରେ ବିଳମ୍ବ ଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। କଳା, ସାହିତ୍ଯ, କ୍ରୀଡ଼ା ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। |
 | ପାପଯୁକ୍ତ ବୁଧ ହେତୁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ଯ ର ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ସରକାରୀ କ୍ଷେତ୍ରରୁ ରଣସୂତ୍ରରେ ଅର୍ଥଲାଭର ଆଶା ରହିଛି। |
 | ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ବପୂର୍ଣ୍ଣ କଥାଟିକୁ ପାସୋରି ଦେଇପାରନ୍ତି କେନ୍ଦ୍ରସ୍ଥ ରାଜଯୋଗ ହେତୁ ନିର୍ମାଣ ଯୋଗାଯୋଗ, ପ୍ରେସ୍, ପବ୍ଲିକେଶନ, ଆଲୋଚନା ଓ ସଭାସମିତିରେ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ସାହିତ୍ୟ, କଳା, ବିଜ୍ଞାନ ଓ ସଭାସମିତିରେ ସଫଳତା ହାସଲ କରିବେ। |
 | ଆଜି ଶୁଭ ଚନ୍ଦ୍ର ପ୍ରଭାବରୁ ହଠାତ୍ କୌଣସି ଯୋଜନା ଆରମ୍ଭ କରିପାରନ୍ତି। ସନ୍ତାନଙ୍କ ସମସ୍ଯା ବିଷୟ ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହୋଇପାରେ । କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ପରୋକ୍ଷ ଶତୁତା କାରଣରୁ ସୁଯୋଗ ହାତଛଡା ହୋଇପାରେ ସ୍ଵାସ୍ଥ୍ୟ ପ୍ରତି ଧ୍ଯାନ ନ ଦେଲେ ଅର୍ସୁବିଧାରେ ପଡ଼ିବେ । |
 | ବିଭିନ୍ନ ସମସ୍ୟାରେ ବ୍ୟତିବ୍ୟସ୍ତ ହୋଇ ଆପଣ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି । ଧନମସ୍ଥ ଗ୍ରହ ଯୋଗୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ଅର୍ଥ ଲାଭ କରିପାରନ୍ତି। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ଅସୁବିଧାରେ ପଡ଼ିଥିବା ଭାଇଙ୍କ ପାଇଁ ଚିନ୍ତା କରିପାରନ୍ତି । |
 | ଦୀର୍ଘଦିନର କେତେକ ଅପୂରଣୀୟ ଆଶା ମନରେ – ଆଲୋଡ଼ନ ସୃଷ୍ଟି କରିବ। ସପ୍ତମସ୍ଥ ପାପଗ୍ରହ ଯୋଗୁ ଆଜି ବ୍ୟବସାୟରେ ପ୍ରତିଦ୍ଧନ୍ଦ୍ରିତା ବଢ଼ିପାରେ । ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ କିନ୍ତୁ ଏଥିପାଇଁ ବହୂତ ପରିଶ୍ରମ କରିବାକୁ ପଡ଼ିବ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ସଫଳତା ହାସଲ କରିବେ। |
 | ଆଜି ଶୁକୁ ପ୍ରଭାବରୁ ଯାତ୍ରା, ଚେଷ୍ଟା କରୁଥିବା କାମ, ଲକ୍ଷ୍ୟ ପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ। ଯାହାକୁ ନିଜର ମନେ କରୁଛନ୍ତି, ସେହିମାନେ ହିଁ ପ୍ରଶଂସା ଓ ପ୍ରତିଷ୍ଠା ପ୍ରତି ଭର୍ଷାନ୍ିତ ହେବେ। ଆପୋସ ଆଲୋଚନା ଦ୍ବାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତାରେ ଉଚ୍ଚ ପ୍ରଶଂସା ପାଇବେ। |
 | ଯେତେ ସମସ୍ୟା ଆସିଲେ ମଧ୍ଯ ତାହାର ଠିକ୍ ସାମ୍ନା କରିବାରେ ସଫଳତା ପାଇବେ। ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ ଦୂର ହେବ । ସପ୍ତମାଧିପତିଙ୍କ ଦୋଷରୁ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ । |
 | ଚନ୍ଦ୍ରଙ୍କ ଶୁଭତ୍ଵ କାରଣରୁ ବିଶେଷ ସୂତ୍ରରୁ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ଯ ହେବେ। ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। |
 | କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକୁ ତ୍ବରାନ୍ବିତ କରିବା ସକାଶେ ଚେଷ୍ଟିତ ହେବେ। ଶନିଙ୍କ ଯୋଗୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ଦୀର୍ଘ ଦିନରୁ ଶତୁତା କରୁଥିବା ବ୍ୟକ୍ତିମାନଙ୍କ ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜନୀତି ନିର୍ମାଣ, ବାଣିଜ୍ୟ କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। |
 | ପାପଯୁକ୍ତ ବୃହସ୍ପତି ହେତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ । କେତେକ ସ୍ଥାନରେ ଅପ୍ରିୟ ସତକଥା କହି ଵିରୋଧୀ ହୋଇପାରନ୍ତି। ନିଜର କାର୍ଯ୍ୟଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଶଂସିତ ହେବେ। |