 | ଆଜି ଭାଇ, ବନ୍ଧୁ, ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣଣୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷଯିକ କ୍ଷେତ୍ରରୁ ପ୍ରଶଂସିତ ହେବେ । |
 | ଗତକାଲିଠାରୁ ସ୍ଥିର କରିଥିବା ଆଜିର ପ୍ରତ୍ୟୁଷା ଯାତ୍ରା ପ୍ରୀତିପ୍ରଦ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଘଟିପାରେ । ଅଯଥା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସତ୍ସଙ୍ଗ ଓ ବନ୍ଧୁମିଳନ କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । |
 | ବନ୍ଧୁ ଗହଣରେ ବେଶି ସମୟ କଟିଲେ : ମଧ୍ଯ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ ରଖିବ। ବହୁ ଦିନରୁ ଚେଷ୍ଟା କରି ମଧ୍ଯ ପାଇ ନ ଥିବା ପ୍ରାପ୍ୟଧନ ଆଜି ସନ୍ଧ୍ୟାରେ ପାଇବେ। ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରପୁଲ୍ଲିତ ହେବ। କିନ୍ତୁ ଏହା ସାଙ୍ଗକୁ ପାଖରେ ଥବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । |
 | ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ। ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସାକରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ଯବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କଚେରି ମାମଲା,ଜମିଜମା ସମ୍ପର୍କିତ ବିବାଦୀୟ ଘଟଣାରେ ବିଜୟୀ ହେବେ। |
 | ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମନ ଭଲ ରହିବ ନାହିଁ। ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ ।ସାମାଜିକ ସ୍ଥରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ନିଜ ପାଇଁ କ୍ଷତିର କାରଣ ହେବ । |
 | ପ୍ରତ୍ୟେକ କାମ ସମସ୍ୟା ବିଜଡ଼ିତ ସାଙ୍ଗକୁ ବହୁ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ବନ୍ଧୁଙ୍କ ଦୁଃଖ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ବନ୍ଦ୍ବ ଲାଗିଯାଇପାରେ। ଭାଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ଯାତ୍ରା, ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବୃଦ୍ଧି ପାଇପାରେ । |
 | ଆଜି ଦିନଟିରେ ବନ୍ଧୁମାନଙ୍କ ସହଯୋଗ ଆଶା ଏ ନିରର୍ଥକ ହେବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ସାଙ୍ଗସାଥୀଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଚିତ୍ରା ନକ୍ଷତ୍ରର ଆର୍ଥିକ ଅନଟନ ଓ ସ୍ଥାନ ବଦଳିବା କାରଣରୁ ଦୁଶ୍ଚିନ୍ତା ବଢିଯିବ | |
 | କର୍ମକ୍ଷେତ୍ର ଚାପ ବୃଦ୍ଧି କାରଣରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବିବାଦୀୟ ଘଟଣାରୁ ଦୂରେଇରହିବା ଭଲ ହେବ, ନତୁବା ନିଜେ ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ପଡ଼ିରହିବାବା କାମଟିରେ ଅଗ୍ରଗତିର ସୂଚନା ପାଇବେ। |
 | ପାରିବାରିକ କଳହ କିମ୍ବା ପୂର୍ବ ଶତ଼ୁତାକୁ ନେଇ ମନ ଭଲ ରହିବ ନାହିଁ। ଭ୍ରମଣ, ରାଜନୀତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ। ପାଖ ପଡ଼ୋଶୀଙ୍କ ମୁହଁରୁ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ରାଜନୀତି, କଳା, ସାହିତ୍ଯ,ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ। |
 | ବନ୍ଧୁମାନଙ୍କୁ ସୁପରାମର୍ଶ, ଶିକ୍ଷା, ପରୀକ୍ଷା ତଥା ଆନୁଷ୍ଠାନିକ କ୍ଷେତ୍ରରେ କୃତିତ୍ବରୁ ପ୍ରଶଂସିତ ହେବେ। କିନ୍ତୁ ପାରିବାରିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ବ ଦୂରହେବ। ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । |
 | ଆଜିର ଏକାଦଶସ୍ଥ ଚନ୍ଦ୍ର ଭଲ ବଦଳରେ କିଛି ପ୍ରାପ୍ୟଧନକୁ ନେଇ କଳହ ସୃଷ୍ଟି କରାଇବେ । ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଖମଣା ଆଶଙ୍କାକୁ ଏଡ଼ି ହେବ ନାହିଁ। ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ଵାଦବିବାଦର ଆପୋସ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ। |
 | ସାମାଜିକ ସ୍ତରରେ ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ। କର୍ମକ୍ଷେତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ: ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ନତୁବା ଅନୁତାପ କରିବାକୁ ପଡ଼ିବ। ଆଲୋଚନା, କ୍ରୀଡ଼ା, କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ । |