 | ନବମସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ସଦ୍ଭାବ ବୃଦ୍ଧି ପାଇବା ସାଙ୍ଗକୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂର ହେବ। ଦୀର୍ଘଦିନରୁ ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ। ପାଖପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। କିଛି ସମ୍ପତ୍ତିକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ଟଣାଓଟରା ଦେଖାଦେଇପାରେ | |
 | ଆଜି ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ପରିବେଶ ସରଗରମ ହୋଇପାରେ। ବନ୍ଧୁ ସବୁ ଶୁଣିବେ ଓ ବୁଝିବେ କିନ୍ତୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଦିନ ଭରି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ,କିନ୍ତୁ କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ। |
 | ବାକ୍ଚାତୁରୀ ଯୋଗୁ ପ୍ରତ୍ୟେକ: କାର୍ଯରେ ସଫଳତା ପାଇବେ। ଅସୁବିଧାରେ ପଡ଼ିଥିବା ଲୋକଟି ପ୍ରତି ଦୟାଭାବ ପୋଷଣକରି ପ୍ରଶଂସାଭାଜନ ହେବେ। ଜିଜ୍ଞାସୁମାନେ ପାଠପଢ଼ାରେ ମନ ଦେବେ କିମ୍ବା ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ବ୍ୟବସାୟୀ କାମ ହାସଲ ସକାଶେ ଉଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସିପାରନ୍ତି। |
 | ସମସ୍ୟାର ଅନ୍ତିମ ପାହାଚରେ ପାଦ ଥାପିବାର ସମୟକୁ ଅନୁଭବ କରିପାରିବେ । ସଂଯମ ଅଭାବରୁ ଆଦୌ ପଡୁ ନ ଥିବା ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ମାଲିମକଦ୍ଦମାରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନାହିଁ। |
 | ଟେନ୍ସନ ଲାଗି ରହିବା ସାଙ୍ଗକୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ, କିନ୍ତୁ ବହୁ ଝଡ଼ଝଞ୍ଜା ମଧ୍ଯରେ । ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ତଥା ସଭାସମିତିରେ ସମ୍ମାନିତ ହେବେ। |
 | ପାରିବାରିକ ସମସ୍ୟା ଓ ପୂର୍ବ ବିବାଦ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅତି ନିକଟରେ ରହୁଥିବା ଲୋକଟି ଆପଣଙ୍କ ସକାଶେ ବହୁ ଉପକାରରେ ଆସିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । |
 | ସାଧାରଣ କଥାକୁ କେନ୍ଦ୍ରକରି ଆକସ୍ମିକ ଭାବରେ ପାରିବାରିକ କଳହର ସମ୍ଭାବନା ରହିଛି। ନିଜ ପରିସରରେ କୌଣସି ଯୁବକଠାରୁ ଯଥେଷ୍ଟ ସହାୟତା ପାଇବେ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ପରୋ କ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । |
 | ସ୍ଥଗିତ କାମ ତ୍ଵରାନ୍ବିତ କରାଇବାରେ ବନ୍ଧୁ ସାହାଯ୍ୟ କରିବେ ବ୍ୟୟ ଅଟକଳ ତଥା ଅନ୍ୟାନ୍ୟ କାମ ସକାଶେ ଖର୍ଚ୍ଚ ଦିଗୁଣା ହୋଇପାରେ । ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଅନୁରାଧା ସକାଶେ ପରିବାରରେ ବୁଝାମଣା ଠିକ୍ ରହିବ ନାହିଁ। ପ୍ରକାଶନ, ସାମ୍ବାଦିକତା, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ | |
 | ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । ଅଧିକାଂଶ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପିଲାଙ୍କ ସ୍ଵାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ ଅବଶ୍ୟ ହେବ। |
 | ପ୍ରତିଦ୍ବନ୍ଦିତା ଓ ବିବାଦୀୟ ପରିସ୍ଥିତି ମଧ୍ୟରେ _ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ ଅସୁବିଧା ହେବନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନା ଭାରାକାନ୍ତ ରହିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ରୋଗ, ରଣ ଓ ଶତ୍ରୁତା ହେତୂକ ଚିନ୍ତାରେ ସମୟ କାଟିବେ। |
 | କଳହ, ପ୍ରତିହିଂସା, ବାଦବିବାଦ, ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂଆ ଯୋଜନା ଉପରେ ଗୁରୁତ୍ବ ଦେଇପାରନ୍ତି। ତଥାପି ଶତଭିଷାର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । |
 | ଆଜି ପରିବାର ମଧ୍ଯରେ ହଠାତ୍ ପ୍ରତିକ୍ରିୟାଶୀଳ ହେଲେ ସମସ୍ୟା ସୃଷ୍ଟି ହୋଇପାରେ । ବନ୍ଧୁଗହଣରେ ଶାସ୍ତ୍ରାନୁଚିନ୍ତନ, ତାର୍କିକ ଆଲୋଚନା ମଧ୍ଯରେ ସମୟ ଅତିବାହିତ ହୋଇପାରେ । ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯାଇପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମସ୍ୟାଗ୍ରସ୍ତ ହେବାକୁ ପଡ଼ିପାରେ । |