 | କର୍ମକ୍ଷେତ୍ରରେ ବିବାଦଜନିତ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ। ବନ୍ଧୁ ସାହାଯ୍ୟ ମାଗିପାରନ୍ତି, ଆଶଙ୍କାରେ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଅର୍ଥସଙ୍କଟ କାରଣରୁ ଧାରକରଜ କରି କାମ ଚଳାଇନେବେ। ପାରିବାରିକ କ୍ଷେତ୍ରରେ ନିଜ ଜିଦ୍ରେ ଅଚଳ ରହି ସମସ୍ୟାକୁ ନିମନ୍ତ୍ରଣ କରିବେ। |
 | ସଙ୍କଟଜନକ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟରୁ ଆଶ୍ବସ୍ତି ଅନୁଭବ କରିବେ। ଚେଷ୍ଟା କରୁଥିବା କାମଟି ପାଇଁ କଠିନ ଶ୍ରମ କରିବାକୁ ପଡ଼ିବ। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମସ୍ୟା ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିକଳ୍ପିତ ନୂତନ କାମଟିରେ କୃତକାର୍ଯ୍ୟ ହୋଇପାରନ୍ତି । |
 | କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଇବାକୁ ପଡ଼ିପାରେ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ଵସ୍ତି ଲାଭ କରିବେ। ଶୀଘ୍ର ଚିକିତ୍ସାର ଆଶ୍ରୟ ନେବା କାରଣରୁ ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପଡ଼ିବ। |
 | କର୍ମକ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦରୁ ଉପକୃତ ହେବେ। କିନ୍ତୁ ଯେତେ ଭଲ କାମ କଲେ ମଧ୍ଯ ନିଜ ଲୋକମାନଙ୍କ ଦ୍ବାରା ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିବ। ମନଗଢ଼ା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। |
 | କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢ଼ିଯିବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଅଭାବ ଓ ଅସୁବିଧା ପ୍ରଭୃତିରେ ମନର ଆବେଗିକ କଥାକୁ ସହକର୍ମୀଟି ବୁଝିପାରିବେ ନାହିଁ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । |
 | ଆକସ୍ମିକ ଭାବରେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ପରିସ୍ଥିତିବଶତଃ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବାରୁ ମନ ଖୁସି ହୋଇଯିବ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । |
 | ପାରସ୍ପରିକ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆଇନ୍ ଅଦାଲତରେ ସମସ୍ୟା ସମାଧାନ ହେବା ଆଶା କରାଯାଇପାରେ। |
 | ବନ୍ଧୁଙ୍କ ସହ ଆଲୋଚନା ସମୟରେ ନିଜର ମତ ବଦଳାଇ ସମାଲୋଚିତ ହେବେ। ସଭାସମିତିରେ ଓ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। କ୍ରୀଡ଼ା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ରାଦିରେ ସୁନାମ ଅର୍ଜନ କରିବେ। ଯାନବାହନରେ ଯିବା ଆସିବା ସମୟରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ । |
 | ପାରିବାରିକ ସମସ୍ୟା ହେତୁ ଭାବପ୍ରବଣତା ଯୋଗୁ ହ୍ରାସ ପାଇବ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଆଲୋଚନା, ଲେଖାପଢ଼ା, କଳା, ସାହିତ୍ଯ, ସଂସ୍କୃତି ବ୍ରତର ଶୁଭଫଳ ପାରବେ। ବନ୍ଧୁଙ୍କ ସାହାଯ୍ୟରେ ପାଇବାକୁ ଥିବା ବକେୟା ଅର୍ଥ ଆଦାୟ କରିବେ | |
 | ପରିବାରରେ ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦକିଯାଇପାରେ। ବନ୍ଧୁମାନେ ଠିକ୍ ଖବର ଦେବାରେ ହେଲା କରିପାରନ୍ତି ଯାହାକି ସମସ୍ୟା ସୃଷ୍ଟି କରିବ। ଶିଳ୍ପ, ବ୍ୟବସାୟ ଯୋଗାଯୋଗ, ପରିବହନ,ପ୍ରଶାସନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପିଲାଙ୍କ ପରୀକ୍ଷାର ସଫଳତାର ଆନନ୍ଦ ଅନୁଭବ କରିବେ। |
 | ଯେତେ ପ୍ରକାର ଉପାୟ ଅବଲମ୍ବନ କଲେ ମଧ୍ଯ ସୁବିଧାରେ କାମ ହାସଲ କରିବା କଷ୍ଟକର ହେବ। ଆପଣଙ୍କ ଅଭାବନୀୟ ପରିସ୍ଥିତି ଦେଖି ପଡ଼ୋଶୀ ସହାନୁଭୁତି ପ୍ରଦାନ କରିବେ। ପରିବାରରେ ବୁଝାମଣା ଠିକ୍ ରହିବା ହେତୁ ସାମୟିକ ଆଶ୍ଵସ୍ତି ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୂରୂପ ଫଳ ପାଇବେ। |
 | ପରିସ୍ଥିତିକୁ ଦେଖିଚାହିଁ କାମ କରିବା ଭଲ ହେବ ଅନ୍ୟଥା ତାହା ଜଟିଳତା ଆଡ଼କୁ ଗତି କରିପାରେ। ପରିବାରରେ ପୁରାତନ ରୋଗର ପୀଡ଼ା ଦୁଶ୍ଚିନ୍ତା ବୃଦ୍ଧି କରିବ | ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ବନ୍ଧୁ ଓ ଆତ୍ମୀୟସ୍ବଜନଙ୍କ ତରଫରୁ ଜୀବନରେ ଅନାଦର ପାଇପାରନ୍ତି। |