![]() | ଆଜି କର୍ମକ୍ଷେତ୍ରରେ ସତକଥା ପ୍ରକାଶକରି ବିବାଦୀୟ ହୋଇପାରନ୍ତି|ବନ୍ଧୁଙ୍କ ନିମନ୍ତ୍ରଣ ପର ପରିଜନଙ୍କ ସହ ଓ ଦୂରଯାତ୍ରା କରିବାକୁ ପଡ଼ିପାରେ। କୃତ୍ତିକା ନକ୍ଷତ୍ରର ସାମୟିକ ଶାରୀରିକ ସୁସ୍ଥତା କାରଣରୁ ମନ ପ୍ରଫୁଲ ରହିବ। ଶିଳ୍ପ, ବାଣିଜ୍ୟ,ନିର୍ମାଣ, ବ୍ୟବସାୟ ଓ କଳା, ସାହିତ୍ୟ କ୍ଷେତ୍ରରେ ମାନମନାନ୍ତର ଦେଖାଦେଇପାରେ । |
![]() | ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଵାଦିତ କରିବ। ରୋହିଣୀ ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। ପଛକଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରିବା ଭଲ ହେବ। ବିବାଦର ସମାଧାନ ସକାଶେ ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ । |
![]() | କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ଯ କୌଣସି କାମ ଅଟକିବ ନାହିଁ। ମୃଗଶିରା ନକ୍ଷତ୍ର ନୂତନ ବନ୍ଧୁତ୍ବ ସ୍ଥାପନ ଦିଗରେ ବନ୍ଧୁଙ୍କ ସହଯୋଗ କାମନା କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତିର ଗୁରୁତ୍ବ ଦୃଷ୍ଟିରୁ ନୀରବ ରହିବାକୁ ବାଧ ହୋଇପାରନ୍ତି । |
![]() | କଠିନ ଶ୍ରମ ଓ ବିଶେଷ ଭ୍ରମଣଜଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଲୋଚନା ପରିସରରେ ବିଜ୍ଞ ବ୍ୟକ୍ତିମାନଙ୍କ ନିକଟର୍କୁ ଉତ୍ସାହ ଓ ପ୍ରେରଣା ପାଇ କାର୍ଯ୍ୟ ସାଧନ କରିବେ। ପ୍ରଶାସନିକ,ରାଜନୈତିକ ସ୍ତରରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅଶ୍ଳେଷା ସକାଶେ ଅସହଯୋଗ କାରଣରୁ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। |
![]() | ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ଯରେ ରହିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ବାରା ସହଯୋଗ ପାଇବେ। ଅଜଣା ବ୍ୟକ୍ତିଙ୍କ ଦ୍ବାରା ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ। ଘରେ ବନ୍ଧୁ ମିଳନ ମାଧ୍ଯମରେ ଆମୋଦ ପ୍ରମୋଦର ସୁଅ ଛୁଟିବ । |
![]() | କର୍ମକ୍ଷେତ୍ରରେ ଦକ୍ଷତା ହେତୁକ ଉଚ୍ଚବର୍ଗଙ୍କ ଶୁଭଖବର ଶୁଣି ବିସ୍ମୟାଭିଭୂତ ହୋଇପାରନ୍ତି। ସାମାଜିକ ସ୍ତରରେ ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାମରେ ସଫଳତା ହାସଲ କରିପାରନ୍ତି | |
![]() | ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ।ପୁତ୍ରକନ୍ୟା ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧାନ ହୋଇଯିବ। |
![]() | ମାନସିକ ଅସ୍ଥିରତାଜନିତ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହୁଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି| ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ହେଁ ସମସ୍ତେ ଶୁଣି ନ ଶୁଣୁଥିବାର ଅଭିନୟ କରିବେ। ଆଜିର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବା ଆଶଙ୍କା ରହିଛି । |
![]() | ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଉତ୍ତରାଷାଢ଼ା ନକ୍ଷତ୍ର ମାଲିମକଦ୍ଦମାରେ ଆପୋସ ସମାଧାନ ହୋଇଯିବ। ପଡ଼ୋଶୀଙ୍କ ଈର୍ଷା ଓ ଅସୂୟାର ହେତୁ ସ୍ବରୂପ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନରୁ ଅଟକି ରହଥିବା ଅର୍ଥ ପ୍ରାପ୍ତିରୁ ମନ ଖୁସି ରହିବ। |
![]() | ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। ନିଜର ହିତୈଷୀଙ୍କୁ ବୃଥା ସନ୍ଦେହକରି ଭୁଲ୍ଠିକ୍ର ସୁବିଚାର କରିପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ଧାରକରଜ କରି ପରିବାରର ଆବଶ୍ଯକତା ଚଳାଇନେବେ। ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। |
![]() | କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି। ସାଙ୍ଗସାଥୀମାନଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଧନିଷ୍ଠା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମୌନ ଭାବରେ ସମ୍ମତି ଜଣାଇପାରନ୍ତି। |
![]() | ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ପୂର୍ଣ୍ଣାଙ୍ଗ ହେବା ସହଜସାଧ୍ଯ ନ ହୋଇପାରେ । ଉତ୍ତରଭାଦ୍ରପଦ ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ଯାତ୍ରାସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । |